ପବନ ବନସଲ କଂଗ୍ରେସର କୋଷାଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ପବନ କୁମାର ବନସଲଙ୍କୁ ପାର୍ଟୀର ଅନ୍ତରୀଣ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆ ଯାଇଛି । ଏହା ପୂର୍ବରୁ ଦିବଙ୍ଗତ ନେତା ତଥା ପୂର୍ବତନ ସାଂସଦ ଅହମଦ ପଟେଲ ଏହି ଦାୟିତ୍ୱ ତୁଲାଉଥିଲେ । କଂଗ୍ରେସ ପକ୍ଷରୁ ଜାରୀ ଏକ ବିବୃତିରେ କୁହା ଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପବନ ବନସଲଙ୍କୁ ଅନ୍ତରୀଣ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ।

Spread the love