ପଜିଟିଭ ଚିହ୍ନଟଙ୍କ ବିନା ଇଂଲଣ୍ଡ ଗସ୍ତ କରିବ ପାକିସ୍ତାନ

ଇସ୍‌ଲାମବାଦ : ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ମାଞ୍ଚେଷ୍ଟର ଅଭିମୁଖେ ଗସ୍ତ କରିବ। ତେବେ ପାକିସ୍ତାନର ଯେଉଁ ୧୦ଜଣ ଖେଳାଳି ଗତ ସପ୍ତାହରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନେ ଇଂଲଣ୍ଡ ଗସ୍ତ କରିବେ ନାହିଁ ବୋଲି ଜଣାପଡ଼ିଛି। ଇଂଲଣ୍ଡ ବିପକ୍ଷ ଏହି ସିରିଜ ଲାଗି ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୋଟ୍‌ ୨୯ ଜଣ ଖେଳାଳିଙ୍କ ନାମ ଘୋଷଣା କରିଥିଲା। ଏବେ ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବଳକା ୧୮ ଜଣ ଓ ସପୋର୍ଟ ଷ୍ଟାଫ୍‌ ଇଂଲଣ୍ଡ ଗସ୍ତ କରିବେ। ସେହିଭଳି ଭେଟେରାନ ସୋଏବ ମଲିକ ପରେ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। କିନ୍ତୁ ଉପରୋକ୍ତ ୧୦ ଜଣ ପଜିଟିଭ ଖେଳାଳିଙ୍କ ମଧ୍ୟରୁ ଯେଉଁମାନେ ଆରୋଗ୍ୟ ଲାଭ କରିବେ ସେମାନେ ପରେ ଦଳ ସହ ଯୋଗଦେଇ ପାରିବେ ବୋଲି ପିସିବି ପକ୍ଷରୁ ଶନିବାର ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଇଂଲଣ୍ଡ ଗସ୍ତ ଲାଗି ପିସିବି ଏକ ଚାର୍ଟର ପ୍ଲେନ ଆୟୋଜନ କରିଛି। ଏହି ଗସ୍ତରେ ପାକିସ୍ତାନ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବ। ବିନା କୌଣସି ଦର୍ଶକରେ ଏହା ଆସନ୍ତା ମାସରେ ଆରମ୍ଭ ହେବ।

Spread the love

Leave a Reply

Your email address will not be published. Required fields are marked *