ନୂତନ ଆଇନ୍‌ ସହାୟତା କ୍ଲିନିକ୍‌ କୋଠା ଉଦ୍‌ଘାଟିତ

କଟକ : ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ନୂତନ ଆଇନ୍‌ ସହାୟତା କ୍ଲିନିକ୍‌ କୋଠା ଉଦ୍‌ଘାଟିତ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର ଚାନ୍‌ସେଲର ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ପାଟ୍ରୋନ ଇନ୍‌ ଚିଫ୍‌ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର, ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ, ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ୍‌ ବିଶ୍ୱନାଥ ରଥ, ଜଷ୍ଟିସ୍‌ ସଙ୍ଗମ୍‌ କୁମାର ସାହୁ, ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ର, ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥ ଉପସ୍ଥିତ ଥିଲେ। ଏହି ଆଇନ୍‌ ସହାୟତା କ୍ଲିନିକ୍‌ରେ ଲୋକଙ୍କୁ ମାଗଣାରେ ଆଇନ୍‌ ସେବା ଦିଆଯିବ। ଏହି ଅବସରରେ ବନ ବିଭାଗ ସହଯୋଗରେ କ୍ୟାମ୍ପସ୍‌ ପରିସରରେ ଚାରା ରୋପଣ କରାଯାଇଥିଲା। ପରେ ତ୍ରିଶୁଳିଆ ନିକଟସ୍ଥ ବେଲଗଛିଆଠାରେ ମଧ୍ୟ ଚାରା ରୋପଣ ହୋଇଥିଲା। ଏହି ଅବସରରେ ରାଜ୍ୟ ଆଇନ ସେବା ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର, ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା, ଆଞ୍ଚଳିକ ବନ ସଂରକ୍ଷକ ଅଶୋକ ମିଶ୍ର, ଜିଲାପାଳ ଭବାନୀ ଶଙ୍କର ଚୟନୀ, ରେଜିଷ୍ଟ୍ରାର (ଜେନେରାଲ) ମଳୟ ରଞ୍ଜନ ଦାଶ, ରେଜିଷ୍ଟ୍ରାର (ଆଡମିନ୍‌) ଆର୍‌.କେ. ତୋଷ, ରେଜିଷ୍ଟ୍ରାର (ଜୁଡିସିଆଲ୍‌) ଲଳିତ ଦାଶ ଏବଂ ହାଇକୋର୍ଟର ବରିଷ୍ଠ ଅଧିକାରୀଙ୍କ ସହ ଜିଲା ଜଜ୍‌ ରାଜ୍‌ କୁମାର ସାହୁ ଉପସ୍ଥିତ ଥିଲେ। ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ମିନାକ୍ଷୀ ଦାସ, ପ୍ରକଳ୍ପ ପରାମର୍ଶଦାତା ଦେବାଶିଷ ନାୟକ କାର୍ଯ୍ୟକ୍ରମ ପରିଚାଳନା ଓ ଏଥିରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀକୃଷ୍ଣ ଦେବା ରାଓ, ଉପସଚିବ ଜ୍ୟୋତିରଞ୍ଜନ ଦାଶ ଓ ସହ ସଚିବ ରୁଦ୍ରପ୍ରକାଶ ନାୟକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *