ନାଇଜେରିଆରେ ୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା, ୬ ଗୁରୁତର

ନାଇଜେରିଆ : ନାଇଜେରିଆରେ ଘଟିଛି ବଡ଼ ନରସଂହାର। ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା ୪୩ ଜଣ ଶ୍ରମିକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା ଦେଇଛି। ଏହି ନରସଂହାରକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏଭଳି ଘଟଣା ପୂରା ଦେଶକୁ ଆଘାତ ଦେଇଛି।

Spread the love