ନଭେମ୍ବର ଶେଷ ଯାଏଁ ମାଗଣା ରାସନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଏଥିସହ ଖୁବଶୀଘ୍ର ସମଗ୍ର ଦେଶରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ନିୟମ ଲାଗୁ କରାଯିବ ଓ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ମୋଦି କହିଛନ୍ତି, “ଖୁବଶୀଘ୍ର ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରିଯୋଜନା ବାସ୍ତବ ରୂପ ନେବାକୁ ଯାଉଛି। ଏବେ ଗରିବମାନେ କେମିତି ଗୋଟିଏ ରାସନ କାର୍ଡ ସମଗ୍ର ଦେଶରେ ବ୍ୟବହାର କରି ଫାଇଦା ପାଇବେ ତା’ ଉପରେ କାର୍ଯ୍ୟ କରାଯାଉଛି। ଏହି ଯୋଜନା ଦ୍ୱାରା ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ କାମ କରୁଥିବା ପ୍ରବାସୀମାନେ ଏହାଦ୍ୱାରା ଅଧିକ ଲାଭ ପାଇପାରିବେ। ତେଣୁ ଆମେ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛୁ।”

ଯଦି ଆମେ ସାରା ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହାର ବିଚାରକୁ ନେବା ତେବେ ଭାରତରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଠିକ ସମୟରେ ଲକ ଡାଉନ ଭଳି ପଦକ୍ଷେପ ଯୋଗୁ ଦେଶରେ ବହୁ ଅମୁଲ୍ୟ ଜୀବନ ରକ୍ଷା କରାଯାଇପାରିଛି ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଆମେ ଲକ ଡାଉନ କାଳରେ ସମସ୍ତ ନିୟମ ଅତ୍ୟନ୍ତ ଗମ୍ଭୀରତାର ସହ ପାଳନ କଲେ ଏବଂ ପୁଣି ଥରେ ଆମକୁ ସେହିଭଳି ସାହସ ଓ ଦୃଢ଼ତା ଦେଖାଇବାକୁ ପଡିବ। ସେ କହିଛନ୍ତି ଯେ ଦେଶରେ ଲକ ଡାଉନ ଶେଷ ହେବା ବେଳକୁ ଜନସାଧାରଣ ପୂର୍ବ ଭଳି ସତର୍କତା ଅବଲମ୍ବନ କରୁନାହାନ୍ତି, ଅନଲକ ୧ ଆରମ୍ଭ ହେବା ବେଳକୁ ଦେଶରେ ବ୍ୟକ୍ତିଗତ ଓ ସାମାଜିକ ବ୍ୟବହାରରେ ବହୁତ ପରିବର୍ତ୍ତନ ଦେଖାଦେଇଛି ଏବଂ ଲୋକମାନେ ବେଳକୁ ବେଳ ଅଧିକ ସାବଧାନ ହେଉନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଆମେ ଯେଭଳି ମାସ୍କର ବ୍ୟବହାର ଓ ଦିନକୁ ଅନେକ ଥର ହାତ ଧୋଇବା ଏବଂ ସାମାଜିକ ଦୂରତା ମାନିବା ଭଳି କାର୍ଯ୍ୟ ଅତି ସତର୍କତାର ସହ କରୁଥିଲେ, ଏବେ ସେହି ସତର୍କତାକୁ ଦୋହରାଇବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ଆମେ ହାଲକା ଭାବରେ ନେବା ଉଚିତ ନୁହେଁ, ଆମକୁ ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ, ବିଶେଷକରି କଣ୍ଟେନମେଣ୍ଟ ଜୋନରେ ଅଧିକ ଧ୍ୟାନ ଦେବାକୁ ପଡିବ। ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ନିୟମ ପାଳନ ପାଇଁ ପ୍ରବର୍ତ୍ତାଇବାକୁ ପଡିବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଲକ ଡାଉନ କାଳରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଗରିବ ଶ୍ରେଣୀର ଲୋକଙ୍କ ଅସୁବିଧା ଦୂର କରିବା। କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ଯେଭଳି କୌଣସି ଗରିବ ଭାଇ ଭଉଣୀ ଓପାସ ନ ରହନ୍ତି।

 

 

 

 

Spread the love

Leave a Reply

Your email address will not be published. Required fields are marked *