ନବନିଯୁକ୍ତ ଯୁବ ସଭାପତିଙ୍କୁ ବିରୋଧ କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ, ପୋଲିସର ଲାଠିଚାର୍ଜ

 

ଭୁବନେଶ୍ବର : କଂଗ୍ରେସ ଭବନରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନୁଯୁକ୍ତିକୁ  ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ସ୍ମୃତିଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ସ୍ମୃତିଙ୍କ ସମର୍ଥକ ମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଏହାକୁ ନେଇ ସ୍ମୃତିଙ୍କ ସମର୍ଥକ ଏବଂ ବିରୋଧି ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଘଟଣାର ହସ୍ତକ୍ଷେପ କରିଥିଲା। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା । ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ । କଂଗ୍ରେସ ଭବନ ପରିସରରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଯୁବ କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଉତ୍ତ୍ୟକ୍ତକର୍ମୀଙ୍କୁ ଅଟକାଇବାକୁ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ବେଳେ କିଛି କର୍ମୀ ଆହତ ହୋଇଥିଲେ । ଶେଷରେ ବିରୋଧୀ ଗୋଷ୍ଠୀ ଛାତ୍ରଭଙ୍ଗ ଦେବା ପରେ ଯୁବ କଂଗ୍ରେସର ନୂଆ ସଭାପତି ଦାୟିତ୍ୱ ନେଇଥିଲେ । ସେପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଘଟଣା । ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିରଞ୍ଜନ କହିଛନ୍ତି । ଏ ସଂପର୍କରେ ଏଆଇସିସିକୁ ଅବଗତ କରାଯିବ । ଯିଏ ସଭାପତି ହେଲେ ବି ସମସ୍ତେ ମିଳିମିଶି କାମ କରିବା କଥା ବୋଲି ନିରଞ୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *