ନକଲି ବିଦେଶୀ ମଦ କାରଖାନା ଠାବ, ଦମ୍ପତି ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହର ନିକଟରୁ ବିପୁଳ ପରିମାଣର ମୂଳବାନ କାଠ ଜବତ କରାଯିବା ସହ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ସହରର ଚିଲିଗୁଡାଠାରେ ଏକ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା। ଏହା ଜାଣିବା ପରେ ଟାଉନ ଥାନା ପୁଲିସ ଓ ବନବିଭାଗର ମିଳିତ ଚଢ଼ାଉ ଜାରି କରାଯାଇଥିଲା। ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଥିଲା। ଏପରି କାର୍ଯ୍ୟ ସ୍ୱାମୀ ମହେନ୍ଦ୍ର କୁମାର ସାହୁ(୩୫) ଓ ସ୍ତ୍ରୀ ମଞ୍ଜୁଳା ସାହୁ(୩୦) ମିଶି ଦୁହେଁ କରୁଥିବା ଜଣାଯାଇଛି। ଉଭୟଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି। ଏଦୁହେଁ ପ୍ରାୟ ଦୁଇ ବର୍ଷ ଧରି ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦରେ ଅପମିଶ୍ରଣ କରି ବିକୁଥିଲେ ବୋଲି ଜଣାଯାଇଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *