ଧରା ପଡିଲେ ବ୍ରହ୍ନପୁରର ୫ ବିଖ୍ୟାତ ଚୋର

  • ୫୪୦ଗ୍ରାମ ସୁନା ସହ ନଗଦ ୩୦୦୦୦ଟଙ୍କା, ୧୦୦ଗ୍ରାମ ରୁପା, ବାଇକ, କାର ଓ ଲାପଟପ୍ ଜବତ

ବ୍ରହ୍ନପୁର : ଦିନରେ ଘର ଠାବ ଓ ରାତ୍ର ସମୟରେ ଚୋରି କରୁଥିବା କିଛି ଦୁର୍ବୃତଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ନପୁର ପୋଲିସ । ସୁଚନା ଅନୁସାରେ ଗତ ୨୩ ତାରିଖ ଦିନ ବିଳମ୍ବିତ ରାତ୍ର ସମୟରେ ବଡବଜାର ଥାନା ଅର୍ନ୍ତଗତ ଏକ ସୁନା ଦୋକାନରୁ ଚୋର ମାନେ କିଛି ସୁନା ଅଳଙ୍କାର ବୋରି କରିଥିଲେ ଯାହାକୁ ନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏହ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ସ୍ୱତନ୍ତ୍ର ଟିମରେ ସାମିଲ ଥିଲେ ବ୍ରହ୍ନପୁର ସଦର ଥାନା ଆଇଆଇସି, ବଡବଜାର ଥାନା ଆଇଆଇସି ଓ ଟାଉନ ଥାନା ପୋଲିସ ଓ ତାଙ୍କ ସହ ଆଉ କିଛି ଅଧିକାରୀ । ପୋଲିସ ଘଟଣାର ତଦନ୍ତ କରିବା ପରେ ଶେଷରେ ଧରା ପଡିଲେ ୫ଜଣ ଅଭିଯୁକ୍ତ ଗତ ୨ବର୍ଷ ମଧ୍ୟରେ ବ୍ରହ୍ନପୁର ସହର ମଧ୍ୟରୁ ୧୫ ଟି ସ୍ଥାନାରେ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି ବ୍ରହ୍ନପୁର ଏସିପି ପିନାକୀ ମିଶ୍ର ସୁଚନା ଦେଇଛନ୍ତି । ଦିପକ ଓ ସନ୍ତୋଷଙ୍କ ନିକଟରୁ ୫୪୦ଗ୍ରାମ ସୁନା ସହ ନଗଦ ୩୦୦୦୦ଟଙ୍କା, ୧୦୦ଗ୍ରାମ ରୁପା, ବାଇକ , କାର ଓ ଲାପଟପ୍ ସମତେ ଚୋରି କରିବାରେ ବ୍ୟବହୃତ ହୋଇଥିବା ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡିଛି ।

Spread the love