ଦ୍ୱିତୀୟ ଦିନରେ ଆଇଏଫଏସ ଅଧିକାରୀଙ୍କ ଘରେ ରେଡ୍ ଜାରି, ଭିଜିଲାନ୍ସର ଜେରା

ଭୁବନେଶ୍ୱର : ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ । ଦ୍ୱିତୀୟ ଦିନରେ ଆଇଏଫଏସ ଅଧିକାରୀଙ୍କ ଘରେ ରେଡ୍ ଜାରି । ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ଘରେ ଭିଜିଲାନ୍ସର ଚଢାଉ। ରେଡ୍ ବେଳେ ଅଫିସ୍ ଓ ଘରୁ ମିଳିଲା ମାଳମାଳ ଫ୍ଲାଇଟ୍ ଟିକେଟ୍  ଓ  ତାଙ୍କ ଘରୁ ଅଧ କିଲୋରୁ ଅଧିକ ସୁନା ମିଳିଛି।

ସେପଟେ ମୁମ୍ବାଇରେ ରହୁଥିବା ପୁଅଙ୍କ ଘରେ ମଧ୍ୟ ଚଢାଉ ଜାରି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଡପତ୍ର ଜବତ ନେଇ ଭିଜିଲାନ୍ସ ଡିଏସପିଙ୍କ ସୂଚନା । ଅଭୟକାନ୍ତଙ୍କ ପୁଅ  ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ଏକ ଫ୍ଲାଟ୍‌ରେ ରହୁଥିବା ବେଳେ ନିଜକୁ ଏକ କମ୍ପାନିର ଏମ୍‌ଡି ଭାବେ  ପରିଚୟ ଦେଉଥିଲେ। ମୁମ୍ବାଇରେ ନିଜ ସୁରକ୍ଷା ପାଇଁ ସେ ବାଉନ୍ସର୍ ମଧ୍ୟ ନିୟୋଜିତ କରିଥିଲେ। ତେବେ ଏତେ ଟଙ୍କା ସେ କେଉଁଠାରୁ ଆଣୁଥିଲେ ତାକୁ ନେଇ  ଖୋଳତାଡ଼  କରୁଛି ଭିଜିଲାନ୍ସ। ଅଭୟଙ୍କ ଜଣେ ପୁତୁରାଙ୍କ ଘରୁ ୫୦ ଲକ୍ଷ, ପିପିଲିରେ ଥିବା ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି । ମୁମ୍ବାଇ ଓ ପୁଣେର ଭୂଗାସ୍ଥିତ  ହିଲ୍ ଷ୍ଟେସନରେ ଥିବା ଫାର୍ମ ହାଉସ୍ ସହ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ସେପଟେ ସମ୍ପତ୍ତି ଆୟ ବହିର୍ଭୁତ ନୁହେଁ ବୋଲି  ସଫେଇ ଦେଇଛନ୍ତି ଅଭୟକାନ୍ତ । ସୂଚନା ଯେ, ଲକଡାଉନ ସମୟରେ ଅଭୟ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଯାହା ଜଣାପଡିବା ପରେ ସ୍କାନରରେ ଥିଲେ ଏହି ବରିଷ୍ଠ ଅଧିକାରୀ । ଏପରିକି ତାଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ କୁହାଯାଇଥିଲା । ପାଠକଙ୍କ ସହ ତାଙ୍କ ପୁଅ ଆକାଶ କୁମାର ପାଠକ ମଧ୍ୟ ଚାର୍ଟର ପ୍ଲେନରେ ଯାଇଥିବା ଜଣାପଡିଛି । ଅଭୟ ପାଠକଙ୍କ ଅତି ବିଳାସ ବ୍ୟସନ ଜୀବନଯାପନ କରୁଥଲେ ।

 

Spread the love