ଦ୍ୱିତୀୟ ଥର ହେବ ସେବାୟତଙ୍କ କରୋନା ଟେଷ୍ଟ: ସାନିଟାଇଜ୍‌ ହେବ ପୁରୀ ସହର

ପୁରୀ : ଦ୍ୱିତୀୟ ଥର ଲାଗି ଶ୍ରୀମନ୍ଦିର ସେବାୟତଙ୍କର କରୋନା ଟେଷ୍ଟ ହେବ। ଆସନ୍ତା ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ଶେଷ ହେବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ବାହାରିବ ସେମାନଙ୍କୁ ବାହୁଡ଼ା ଯାତ୍ରା ସମେତ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବା ଓ ନୀତିକାନ୍ତିରେ ସାମିଲ କରାଯିବ। ସେବାୟତଙ୍କ ବ୍ୟତିତ ପୋଲିସ ଏବଂ ସଫେଇ କର୍ମଚାରୀଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ। ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି ଟେଷ୍ଟ କରାଯିବ। ଏତ ଧବାର ପୁରୀ ଶର୍କିଟ ହାଉସରେ ଅନୁଷ୍ଠି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୂତାବକ କରୋନା ସଂକ୍ରମମଣ ଯେପରି ନ ବ୍ୟାପିବ ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ପ୍ରଶାସନ ଡ. କ୍ରିଷନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *