ଦେଶରେ ୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୫,୬୮୫ ମୃତ

ନୂଆଦିଲ୍ଲୀ : ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାରତରେ ମଧ୍ୟ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଭାରତରେ ଦିନକୁ ଦିନ ମହାମାରୀ କରୋନା ଭାଇରସ ପ୍ରଭାବ ବଢ଼ିଚାଲିଛି । ଦେଶରେ କରୋନାସ୍ଥିତି ବିସ୍ଫୋରକ ସ୍ଥିତି ଆଡ଼େ ଗତି କରୁଛି । ପ୍ରତିଦିନ ଦେଶରେ ଉଦବେଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୫ ଲକ୍ଷରୁ ଅଧିକ ହୋଇଛି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ଲକ୍ଷ ୮ହଜାର ୯୫୩ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୧୫ହଜାର ୬୮୫ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୯୫ହଜାର ୮୮୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୯୭ ହଜାର ୩୮୭ ସକ୍ରିୟ ଅଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ୧୮, ୫୫୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ ୩୮୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫, ୬୮୫ ହୋଇଥିବାବେଳେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧,୯୭,୩୮୭ ରହିଛନ୍ତି ଏବଂ ୨ ଲକ୍ଷ ୯୫ହଜାର ୮୮୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *