ଦେଶରେ ଆଉ ୪୪,୩୭୬ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୧ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି । ବିଭିନ୍ନ ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବା, ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ଏହା ଏବେ ଚିନ୍ତା ପାଲଟିଛି ।

ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୨ ଲକ୍ଷ ୨୨ ହଜାର ୨୧୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୪ ହଜାର ୬୯୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ୪ ଲକ୍ଷ ୪୪ ହଜାର ୭୪୬ ଜଣ ଚିକିତ୍ସିତ ହେଉଥିବା ବେଳେ ୮୬ ଲକ୍ଷ ୪୨ ହଜାର ୭୭୧ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love