ଦେଶରେ ଆଉ ୩୭,୯୭୫ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୦ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି । ବିଭିନ୍ନ ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବା, ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ଏହା ଏବେ ଚିନ୍ତା ପାଲଟିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ୪୨ ହଜାର ୩୧୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୪ ହଜାର ୨୧୮ କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୮ ହଜାର ୬୬୭ ଥିବାବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୮୬ ଲକ୍ଷ ୦୪ ହଜାର ୯୫୫।

Spread the love