ଦର୍ଶକ ଷ୍ଟାଣ୍ଡ୍‌ରେ ମିଶିଲା ଦୁଇ ହୃଦୟ

ସିଡ୍‌ନୀ : ରବିବାର ଏସସିଜିରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଷ୍ଟାଡିୟମ୍‌ରେ ଦର୍ଶକ ଷ୍ଟାଣ୍ଡ୍‌ରେ କିନ୍ତୁ ଦୁଇଟି ହୃଦୟ ପରସ୍ପର ସହ ମିଶିଯାଇଥିଲେ । ଭାରତ ବିଶାଳ ଟାର୍ଗେଟର ପିଛା କରୁଥିବା ବେଳେ ଷ୍ଟାଣ୍ଡରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଭାରତୀୟ ଟିମ୍‌କୁ ସମର୍ଥନ କରୁଥିବା ଯୁବକ ଜଣକଙ୍କ ଶରୀରରେ ଟିମ୍ ଇଣ୍ଡିଆ ଜର୍ସି ରହିଥିବା ବେଳେ ତାଙ୍କ ପ୍ରେମିକା ଜଣକ ଘରୋଇ ଦଳକୁ ସମର୍ଥନ କରୁଥିଲେ । କାରଣ ତାଙ୍କ ଦେହରେ ହଳଦିଆ ଜର୍ସି ରହିଥିଲା ।

ତେବେ ଉକ୍ତ ଯୁବକ ଜଣକ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଯାଇ ମୁଦି ଉପହାର ଦେଇଥିଲେ । ଏହାକୁ ତୁରନ୍ତ ପ୍ରେମିକା ଜଣକ ଗ୍ରହଣ କରିବା ପରେ ପାଖରେ ଥିବା ସେମାନଙ୍କ ବନ୍ଧୁମାନେ ସେମାନଙ୍କୁ କରତାଳି ମାରି ସ୍ୱାଗତ କରିଥିଲେ । ପଡ଼ିଆରେ ମଧ୍ୟ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ କରତାଳି ମାରି ସେମାନଙ୍କ ଏହି ସମ୍ପର୍କକୁ ସାଧୁବାଦ ଜଣାଉଥିବା ଦେଖାଯାଇଥିଲା । କମେଂଟ୍ରି ବକ୍ସରେ ଥିବା କମେେଂଟଟର୍‌ମାନେ ବି ଏହାକୁ ଉପଭୋଗ କରିଥିଲେ ।

Spread the love