ତୁଟିଲା ବିବାଦ, ପୁଣିଥରେ ମନ୍ତ୍ରୀ ହୋଇପାରନ୍ତି ସିଦ୍ଧୁ

ଚଣ୍ଡିଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ପୂର୍ବତନ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅମରିନ୍ଦର ସିଦ୍ଧୁଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । ଏହି ଭୋଜନ ପରେ ମନୋମାଳିନ୍ୟ ଦୂର ହେବା ସହ ସିଦ୍ଧୁଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ଅମରିନ୍ଦର ଚାହୁଁଥିବା ଅନୁମାନ କରାଯାଉଛି। ଉଭୟ ନେତାଙ୍କ ମଧ୍ୟରେ ଭୋଜନ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଅମରିନ୍ଦର ସିଦ୍ଧୁଙ୍କ ସହ ସାମ୍ପ୍ରତିକ ରାଜନୀତି ଉପରେ ବେସ୍ ଚର୍ଚ୍ଚା କରିଥିଲେ । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ଏହାସହ ସିଦ୍ଧୁଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ଅମରିନ୍ଦର ପ୍ରସ୍ତାବ ଦେଇଥିଲେ ।

Sushil kumar modi.

ସୂଚନା ଯେ, କ୍ରିକେଟରରୁ ରାଜନେତା ହୋଇଥିବା ସିଧୁ ପୂର୍ବରୁ ମନ୍ତ୍ରୀ ଥିଲେ ମଧ୍ୟ ଅମରିନ୍ଦରଙ୍କ ସହିତ ମତଭେଦ, ବିଭାଗ ବଣ୍ଟନ ଓ କେତେକ ବିବାଦୀୟ ମନ୍ତବ୍ୟ ଯୋଗୁଁ ଗତ ବର୍ଷ ଜୁଲାଇରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ସିଧୁ କଂଗ୍ରେସ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ। ଗତ ମାସରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ଶୋଭାଯାତ୍ରାରେ ସେ ଦଳ କାର୍ଯ୍ୟକ୍ରମକୁ ଫେରିଥିଲେ।

Spread the love