ତାଜ ହୋଟେଲରେ ୨୬/୧୧ ଭଳି ହମଲା ପୁଣିଥରେ ହେବା ନେଇ ଧମକ

ମୁମ୍ବାଇ : ମାୟାନଗରୀ ମୁମ୍ବାଇ ସ୍ଥିତ ତାଜ ହୋଟେଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ ଫୋନ ଆସିଛି | ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ ଫୋନ ପାକିସ୍ତାନରୁ ଆସିଛି | ଫୋନ କରିଥିବା ବ୍ୟକ୍ତି ଜଣକ କହିଛି ଯେ କରାଚୀ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କୀ ହମଲା ସାରା ଦୁନିଆ ଦେଖିଚି | ଏବେ ମୁମ୍ବାଇ ତାଜ ହୋଟେଲରେ ୨୬/୧୧ ଭଳି ହମଲା ପୁଣିଥରେ ହେବ |

ତାଜ ହୋଟେଲକୁ ପାକିସ୍ତାନରୁ ଆସିଥିବା ଧମକପୂର୍ଣ ଫୋନ ସମ୍ପର୍କରେ ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଛି | ପାକିସ୍ତାନରୁ ଆସିଥିବା ଏହି ଫୋନ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି | ଗତ ରାତିରେ ଏହି ଧମକପୂର୍ଣ ଫୋନ ଆସିଥିଲା | ଫୋନ ଆସିବାପରେ ମୁମ୍ବାଇ ପୋଲିସ ଓ ହୋଟେଲ କର୍ମଚାରୀ ମିଳିତଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି | ହୋଟେଲକୁ ଆସୁଥିବା ସମସ୍ତ ଅତିଥିଙ୍କର ସମ୍ପୂର୍ଣ ଡାଟା ଚେକ କରାଯାଉଛି | ହୋଟେଲ କର୍ମଚାରୀ ଅତିଥିଙ୍କ ସମସ୍ତ ଗତିବିଧି ଉପରେ ନଜର ରଖୁବାକୁ କୁହାଯାଇଛି | ଦକ୍ଷିଣ ମୁମ୍ବାଇରେ ନାକାବନ୍ଦୀ କରାଯାଇଛି ଏବଂ ସମସ୍ତ ଯାନବାହାନକୁ ଟିକିନିଖି ଭାବେ ଯାଞ୍ଚ କରାଯାଉଛି |

Spread the love

Leave a Reply

Your email address will not be published. Required fields are marked *