ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲେଓ୍ଵ ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ କରିଛି। ରେଳ ବିଭାଗ ଦ୍ୱାରା ଚାଳିତ ହେଉଥିବା ସ୍ୱତନ୍ତ୍ର ଯାତ୍ରୀ ଟ୍ରେନ୍‌ ଓ ଏସି ସ୍ପେଶାଲରେ ତତ୍କାଳ ଟିକେଟ୍‌ ବୁକିଂ ସେବା ଆଜିଠୁ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ରେଲେଓ୍ଵର ପିଆରଓ ଶିବାଜୀ ସୁତାରଙ୍କ କହିବାନୁସାରେ ଜୁନ୍‌ ୩୦ ଓ ଏହା ପରେ ଚାଲିବାକୁ ଥିବା ଟ୍ରେନ୍‌ରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟରୁ ଯେଉଁ ଟ୍ରେନ୍‌ର ନମ୍ବର ୦ରୁ ଆରମ୍ଭ ହେଉଛି ତାହାର ବୁକିଂ କରାଯିବ। ରେଳ ଯାତ୍ରୀ ଜୁନ୍‌ ୩୦ରୁ ଯାତ୍ରା ପାଇଁ ତତ୍କାଳ ଟିକେଟ୍‌ ବୁକିଂ କରିପାରିବେ। ସକାଳ ୧୦ଟାରୁ ଏସି କ୍ଲାସ୍‌ ଓ ୧୧ଟାରୁ ସ୍ଲିପର କ୍ଲାସ୍‌ ପାଇଁ ତତ୍କାଳ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଅଗଷ୍ଟ ୧୨ ଯାଏଁ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଭାରତୀୟ ରେଳ ବିଭାଗ ତରଫରୁ ଗୁରୁବାର ଏନେଇ ସୂଚନା ଦିଆଯାଇଥିଲା। ଏଣୁ ଅଗଷ୍ଟ ୧୨ ଯାଏଁ କେବଳ ସ୍ୱତନ୍ତ୍ର ରେଳ ଚଳାଚଳ କରିବ ବୋଲି ସ୍ପଷ୍ଟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *