ଡୁମୁଡୁମା ସୁବାସ ନଗର ବସ୍ତି ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର : ଡୁମୁଡୁମା ସୁବାସ ନଗର ବସ୍ତି ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଛି । କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକେ ଶ୍ରମିକ ଶ୍ରେଣୀ ଓ ଖଟିଖିଆ ଅଟନ୍ତି । ବିଏମସି ତରଫରୁ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦିଆଯାଉଛି । କିନ୍ତୁ ସେଠାର ଲୋକମାନଙ୍କ କହିବା ଅନୁଯାୟୀ , ଏହି ସବୁର ଦରଦାମ୍ ଅଧିକ ରହିଛି । ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ବସ୍ତି ଲୋକ ହୋ ହାଲ୍ଲା ଆରମ୍ଭ କରିଦେଇଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୧୨୦୦ ଲୋକେ ରହୁଥିବା ବେଳେ ଗତ ୧୯ ତାରିଖରେ ୬ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା । ଏହି ଘଟଣା ପରେ ବିଏମସି ପକ୍ଷରୁ ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏବେ ଘଟଣାସ୍ଥଳରେ ପୋଲିସ୍ ପହଁଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *