ଡିସେମ୍ବର ୧୧ରେ ଆସିବ ‘ଫାଇଜର’ ଟିକା!

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୧୧ରେ ଆସିବ କରୋନା ଟିକା । ଏଭଳି ଆଶାଦେଇଛି ଆମେରିକାର ଫାଇଜର ଫାର୍ମା କମ୍ପାନି । ଆମେରିକାର ଜରୁରୀକାଳୀନ ଅଧିକାରୀଙ୍କ ପାଖରେ ଟିକା ଅନୁମୋଦନ ପାଇଁ ଆବେଦନ କରାଯାଇଛି । ଜର୍ମାନୀର ବାଇନଟେକ୍ କମ୍ପାନି ସହ ମିଳିତ ଭାବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ୯୫% ସଫଳ ହୋଇଥିବା ପୂର୍ବରୁ ଦାବି କରିଥିଲା । କମ୍ପାନିର ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୦ତାରିଖରେ ଏଫ୍‌ଡିଏ ଭାକ୍ସିନ ଆଡଭାଇଜରି କମିଟିର ବୈଠକ ବସିବ। ଏହାପରେ ୧୧ କିମ୍ବା ୧୨ତାରିଖରେ ଅନୁମୋଦନ ମିଳିବା ନେଇ ଆଶାରଖିଛି କମ୍ପାନି । ଅନୁମୋଦନ ମିଳିବା ପରେ ସଙ୍ଗେସଙ୍ଗେ ଆମେରିକାରେ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଫାଇଜର ଭାକ୍ସିନ ମାଇନସ୍ ୭୫ ଡିଗ୍ରୀ ତାପମାତ୍ରାରେ ରହୁଥିବାରୁ ଏହାର ପରିବହନ ଓ ବଣ୍ଟନରେ ଅସୁବିଧା ହେବା ଆଶଙ୍କା ରହିଛି । ଏହାକୁ ୫ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖଯାଇପାରିବ । ଫାଇଜରର ପ୍ରତି ଡୋଜ୍‌ର ମୂଲ୍ୟ ରହିଛି ୧୯.୫୦ ଡଲାର, ଯାହା ଭାରତୀୟ ମୁଦ୍ରାରେ ୧୪୪୬.୧୭ଟଙ୍କା ।

Spread the love