ଡିସେମ୍ବର ସୁଦ୍ଧା ଭାରତ ପାଇବ ଏସ-୪୦୦!

ନୂଆଦିଲ୍ଲୀ : ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଭାରତ ପ୍ରଥମ ରେଜିମେଣ୍ଟ ଏସ-୪୦୦ ସିଷ୍ଟମ ପାଇବ । ଫଳରେ ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର ରାଜପଥରେ ଦେଶବାସୀଙ୍କ ନିକଟରେ ଏହାର ପ୍ରଦର୍ଶନ କରାଯିବାର ସମ୍ଭାବନା ରହିଛି ।

ଚୀନ ସହ ତିକ୍ତତା ବଢୁଥିବାରୁ ଭାରତ ପାଇଁ ଏବେ ଉଭୟ ଉତ୍ତର ଓ ପଶ୍ଚିମ ପଟୁ ବିପଦର ଆଶଙ୍କା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଦୁଇବର୍ଷ ପୂର୍ବେ ଅର୍ଡର ଦିଆଯାଇଥିବା ଶକ୍ତିଶାଳୀ ଏସ-୪୦୦ ଟ୍ରିୟମ୍ପ ଏୟାର ଡିଫେନ୍ସ ସିଷ୍ଟମ୍ସର ଡେଲିଭରୀକୁ ତ୍ୱରାନ୍ଵିତ କରିବାକୁ ଭାରତ ପକ୍ଷରୁ ଗତ ସପ୍ତାହରେ ଋଷିଆକୁ କୁହାଯାଇଥିଲା । ଋଷିଆ ମଧ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଏହାର ଡେଲିଭରୀ ଦେବାକୁ ରାଜି ହୋଇଛି । ଏହା ସହିତ ଜରୁରୀକାଳୀନ ଭିତ୍ତିରେ ଅର୍ଡର ଦିଆଯାଇଥିବା ସୁଖୋଇ ଓ ମିଗ-୨୯ ବିମାନର ଯୋଗାଣ ମଧ୍ୟ ଶୀଘ୍ର କରିବାକୁ ଋଷିଆ ରାଜି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *