ଟ୍ରାଲ ଅଞ୍ଚଳକୁ ଆତଙ୍କବାଦୀ ମୁକ୍ତ ଅଞ୍ଚଳ ଘୋଷଣା !

ଜମ୍ମୁକାଶ୍ମୀର : ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ କାଶ୍ମୀରର ପୁଲୱାମା କ୍ଷେତ୍ର (ଦକ୍ଷିଣ କାଶ୍ମୀର) ବର୍ତ୍ତମାନ ଆତଙ୍କବାଦୀଙ୍କ ଠାରୁ ମୁକ୍ତ ହୋଇଛି । ତ କିଛି ଦିନ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀ ଯେପରି ଘନ ଘନ ଏନକାଉଣ୍ଟର କରି ଆତଙ୍କବାଦୀଙ୍କୁ ହତ୍ୟା କରିଛି, ଏହା ପରେ ବର୍ତ୍ତମାନ କାଶ୍ମୀରର ଟ୍ରାଲ ଅଞ୍ଚଳରେ ହିଜବୁଲ ମୁଜାହିଦ୍ଦିନର ଆଉ କୌଣସି ସକ୍ରିୟ ଆତଙ୍କବାଦୀ ନଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀର ସଜାଗତା ହେତୁ ଆତଙ୍କବାଦୀଙ୍କ ଉପସ୍ଥିତି ପ୍ରାୟ ଶେଷ ହେବା ସ୍ଥିତିରେ ପହଞ୍ଚିଛି । ଏହାକୁ ଭାରତୀୟ ସୁରକ୍ଷା ବାହିନୀର ସତର୍କତାର ଫଳାଫଳ କୁହାଯିବ ।

ସୂଚନାଯୋଗ୍ୟ ଯେ, ଗୁରୁବାର ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଟ୍ରାଲ ସେକ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଦୀର୍ଘ ଦଶନ୍ଧି ଧରି ହିଜବୁଲ ମୁଜାହିଦ୍ଦିନର ଏହି ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତି ନଥିବା ନେଇ ଭାରତୀୟ ସୁରକ୍ଷାବାହିନୀ ପକ୍ଷରୁ ଦାବି କରାଯାଇଛି । ଦକ୍ଷିଣ କାଶ୍ମୀରର ପୁଲୱାମା ସେକ୍ଟର ଏକଦା ଆତଙ୍କବାଦୀଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ଥିଲା । ଏଠାରୁ ଟେରର କମାଣ୍ଡର ବୁରହାନ ୱାନି ଏବଂ ଜାକିର ମୁସାଙ୍କ ପରି ଆତଙ୍କବାଦୀମାନେ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ । ତେବେ ଭାରତୀୟ ସୁରକ୍ଷା ବାହିନୀ ପୂର୍ବରୁ ଉଭୟଙ୍କୁ ହତ୍ୟା କରିସାରିଛନ୍ତି । ସେହିପରି ଶୁକ୍ରବାର ଟ୍ରାଲର ଚେୱା ଉଲାର ଅଞ୍ଚଳରେ 3 ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବା ପରେ କାଶ୍ମୀର ଜୋନ୍ ଆଇଜି ବିଜୟ କୁମାର କହିଛନ୍ତି ଯେ ଏହି ଅଞ୍ଚଳରେ ହିଜବୁଲ ମୁଜାହିଦ୍ଦିନର କୌଣସି ସକ୍ରିୟ ଆତଙ୍କବାଦୀ ନାହାଁନ୍ତି । ସେ କହିଥିଲେ ଯେ 1989 ମସିହାରୁ ଟ୍ରାଲରେ ଆତଙ୍କବାଦୀମାନେ ସକ୍ରିୟ ଥିଲେ, କିନ୍ତୁ ବର୍ତ୍ତମାନ ଏଠାରେ ଥିବା ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *