ଟେଲିମେଡିସିନ୍ ପ୍ଲାଟଫର୍ମ ସ୍ୱସ୍ଥ ଆରମ୍ଭ

ଭୁବନେଶ୍ୱର : ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏହା ଜରିଆରେ ଲୋକମାନେ ଦେଶର ଶ୍ରେଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିହୋଇପାରିବେ । ଟେଲିମେଡିସିନ୍ ବ୍ୟବହାରକୁ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନକୁ ନଜରରେ ରଖି ଏହି ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । ମୋବାଇଲ୍ ଆପ୍ ଭିତିକ ଏହି ପ୍ଲାଟପର୍ମରେ ସାରା ଦେଶର ୧୩୦ କୋଟି ଲୋକଙ୍କୁ ସମାନ ଏବଂ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ଦିଆଯାଇପାରିବ । କୋଭିଡ୍‌-୧୯ ଭଳି ସମୟରେ ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ଅଭିଯାନକୁ ଆରମ୍ଭ କରାଯାଇଛି ।ଏ ସମ୍ପର୍କରେ ସ୍ୱସ୍ଥ ପରିଚାଳନା ପରିଷଦର ଅଂଶ ଥିବା କ୍ରିସ୍ ଗୋପଳକ୍ରିଷ୍ଣନ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ମାଗଣା ସ୍ୱାସ୍ଥୃସେବା ପ୍ରଦାନ କରି ସମସ୍ୟାକୁ ତ୍ୱରିତ ସମାଧାନ କରିବା ନିମନ୍ତେ ଦେଶର ଶ୍ରେଷ୍ଠ ସମ୍ବଳକୁ ଏକଜୁଟ କରିଛି ସ୍ୱସ୍ଥ । ସାଧାରଣ ଲୋକଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ପହଂଚାଇବା ଲାଗି ମେଡିକାଲ ପରିଷଦ, ସାର୍ବଜନୀନ ସ୍ୱାସ୍ଥ୍ୟ ସଂଗଠନ ଏବଂ ଘରୋଇ କ୍ଷେତ୍ର ସହ ମିଶି ସ୍ୱସ୍ଥ କାଯ୍ୟ କରିବ । ଭାରତର ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାକୁ ପୁନର୍ଗଠିତ କରିବା ଲାଗି ଏହି ସଙ୍କଟ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିଛି ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି । ସ୍ୱସ୍ଥ ଜରିଆରେ ଭିଡିଓ ଓ ଟେଲିଫୋନ୍ ଜରିଆରେ ରୋଗୀମାନେ ମେଡିକାଲ୍ ପ୍ରାକ୍ଟିସନରଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ । ମାଗଣା ପରାମର୍ଶ ବ୍ୟତୀତ ସ୍ୱସ୍ଥ ସେମାନଙ୍କୁ ନିନାଦ, ଗୃହ ସଙ୍ଗରୋଧ ସୁବିଧା, ଫାର୍ମାସି, ହସ୍ପିଟାଲ୍‌ରେ ଫାଙ୍କା ଶଯ୍ୟା ଖୋଜିବା ଏବଂ ସୁଲଭ ମୂଲ୍ୟରେ ବୁକିଙ୍ଗ୍ ଆଦି କରିବାର ସମାଧାନ ପ୍ରଦାନ କରିବ । ସ୍ୱସ୍ଥରେ ସାମିଲ ହେବାକୁ ଥିବା ପ୍ରତିଟି ଡାକ୍ତରଙ୍କ ଯାଂଚ କରାଯିବ ଏବଂ ଟେଲିଫୋନ୍‌ରେ ପରାମର୍ଶ କିଭଳି ଦିଆଯାଏ ସେନେଇ ପ୍ରଶିକ୍ଷଣ ଦିଆଯିବ ।ହିନ୍ଦୀ, ଇଂରାଜି ଓ ଗୁଜରାଟି ଭାଷାରେ ଏହି ଆପ୍ ଉପଲବ୍ଧ ହୋଇଥିବା ବେଳେ ଖୁବ୍‌ଶୀଘ୍ର ୨୫ଟି ଭାରତୀୟ ଭାଷାରେ ଏହା ଉପଲବ୍ଧ ହେବ । ଏ ସମ୍ପର୍କରେ ସ୍ୱସ୍ଥ ପରିଚାଳନା ପରିଷଦର ସଦସ୍ୟ ଡକ୍ଟର ନଚିକେତ ମୋର କହିଛନ୍ତି ଯେ, ଡାକ୍ତର, ଛୋଟ ଓ ବଡ଼ ହସ୍ପିଟାଲ୍‌, ନିଦାନ ଲ୍ୟାବ୍‌, ଫାର୍ମାସି, ଟେଲିମେଡିସିନ ପ୍ଲାଟଫର୍ମ, ବୀମା କଂପାନି, ସ୍ୱାସ୍ଥ୍ୟ ପ୍ରଯୁକ୍ତି କଂପାନି ଭଳି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ସଦସ୍ୟଙ୍କୁ ନେଇ ଗଠନ କରାଯାଇଥିବା ଏକ ଅଣ ଲାଭଦାୟକ ପ୍ଲାଟଫର୍ମ ହେଉଛି ସ୍ୱସ୍ଥ । ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ପଂଚାଇବା ଏବଂ ଏହି ସଙ୍କଟ ସମୟରେ ଏହା ସେବ ା ଆବଶ୍ୟକ କରୁଥିବା ରୋଗୀଙ୍କୁ ତୁରନ୍ତ ଚିକିା ସମାଧାନ ପ୍ରଦାନ କରିବ । ଏହା ଜରିଆରେ ରୋଗୀମାନେ ନିଜ ଆବଶ୍ୟକତା ଅନୁସାରେ ସେବାକୁ ହାସଲ କରିପାରିବେ ଏବଂ ଡାକ୍ତରମାନେ ମଧ୍ୟ ଶ୍ରେଷ୍ଠ ପ୍ରଯୁକ୍ତି ଓ ପ୍ଲାଟଫର୍ମ ବ୍ୟବହାର କରିବାର ସୁଯୋଗ ପାଇବେ ।ସ୍ୱସ୍ଥ ପରିଚାଳନା ପରିଷଦର ଅନ୍ୟତମ ସଦସ୍ୟ ଡକ୍ଟର ଏନ୍‌କେ ଜୟରାମ କହିଛନ୍ତି ଯେ, ଆମେ କରୋନା ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାଠାରୁ ଦୂରେଇ ରହିବାର ଏକ ବିକଳ୍ପ ହେଉଛି ସାମାଜିକ ଦୂରତ୍ୱ ବଜାୟ ରଖିବା । ସେଭଳି ସମୟରେ ଟେଲିମେଡିସିନ୍ ସେବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଅବିଚ୍ଛେଦ୍ୟ ଅଙ୍ଗ ହେବାକୁ ଯାଉଛି । ୨୦୦୦ ପରଠାରୁ ଡାକ୍ତରମାନେ ଟେଲି ମେଡିସିନ୍ ସେବା ଦେଉଥିଲେ ମଧ୍ୟ ଏବେ ତାହା ଅଧିକ ବ୍ୟାପକ ହୋଇପାରିବ । ସ୍ୱସ୍ଥ ଟେଲିମେସିଡିନ୍‌ର ଗ୍ରହଣୀୟତା ବଢ଼ାଇବ ।

Spread the love

Leave a Reply

Your email address will not be published. Required fields are marked *