ଟିକଟକ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ କ୍ରାଇମ ପାଟ୍ରୋଲ ଅଭିନେତ୍ରୀ ପ୍ରେମ ମେହେଟ୍ଟାଙ୍କ ମୃତ୍ୟୁର ଦୁଃଖଦ ଖବର ପରେ ମନୋରଞ୍ଜନ ଜଗତର ଅନ୍ୟ ଜଣେ ପ୍ରତିଭା ଆଜି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ୧୬ ବର୍ଷ ବୟସ୍କ ଟିକଟକ କଳାକାର ତଥା ନୃତ୍ୟଶିଳ୍ପୀ ସିୟା କକ୍କର ୨୫ ଜୁନ୍ ଦିନ ନୂଆଦିଲ୍ଲୀରେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି।ତାଙ୍କ ମୃତ୍ୟୁ ଖବର ତାଙ୍କ ପରିଚାଳକ ଅର୍ଜୁନ ସରିନ ନିଶ୍ଚିତ କରିଛନ୍ତି।ଫଟୋଗ୍ରାଫର ଭାଇରାଲ ଭାୟାନି ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଏହା ଲେଖିଛନ୍ତି।ଟିକଟକ ତାରକା ତାଙ୍କ ନିଜ ବାସଭବନ ନୂଆଦିଲ୍ଲୀର ପ୍ରୀତ ବିହାରରେ ଆତ୍ମହତ୍ୟା କରିଥିବା ଖବର ଆସିଛି। ସେ ଟିକଟକ, ଇନଷ୍ଟାଗ୍ରାମ, ସ୍ନାପଚାଟ ଏବଂ ୟୁଟ୍ୟୁବ ପରି ସମସ୍ତ ଅନଲାଇନ୍ ପ୍ଲାଟଫର୍ମରେ ସକ୍ରିୟ ଥିଲେ ଏବଂ ତାଙ୍କ ଡ୍ୟାନ୍ସ ଭିଡିଓ ପାଇଁ ଜଣାଶୁଣା ଥିଲେ। ଏହି ସମସ୍ତ ପ୍ଲାଟଫର୍ମରେ ସିୟାଙ୍କର ଏକ ବଡ଼ ଫ୍ୟାନ୍ସ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୧୦୪k ରୁ ଅଧିକ ଫ୍ୟାନ୍ସ ଥିବା ବେଳେ ଟିକଟକରେ ୧-୧ ମିଲିୟନରୁ ଅଧିକ ଫ୍ୟାନ୍ସ ଥିଲେ। କିନ୍ତୁ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ।

Spread the love

Leave a Reply

Your email address will not be published. Required fields are marked *