ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଦୁଇମାସ ମଧ୍ୟରେ ଲାଗିବ ଆଇଏଲଏସ । ଏହା ଦ୍ବାରା ବର୍ଷା ଋତୁରେ ପାଗ ଖରାପ ଯୋଗୁଁ ବିମାନ ଅବତରଣରେ ହେଉଥିବା ସମସ୍ୟା ଦୂର ହୋଇପାରିବ ବୋଲି ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରି ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ଶତପଥୀ କହିଛନ୍ତି । ଗତ ୨୦୧୮ ମସିହା ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରର ଉଦଘାଟନ କରିବା ପରେ ୨୦୧୯ ମାର୍ଚ୍ଚ ମାସରୁ ବ୍ୟବସାୟିକ ଉଡାଣ ଆରମ୍ଭ ହୋଇଥିଲା । କିନ୍ତୁ ଆଇଏଲଏସ ଲଗା ନଯିବା ଯୋଗୁଁ ଗତବର୍ଷ ବର୍ଷାଦିନରେ ଅନେକ ସମୟରେ ପାଗ ଖରାପ ପାଇଁ ବିମାନ ବାତିଲ କରାଯାଇଥିଲା । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ଝାରସୁଗୁଡା ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଦୁଇ ମାସ ମଧ୍ୟରେ ଆଇଏଲଏସ ଲାଗିବ ବୋଲି କହିବା ପରେ ଯାତ୍ରୀ ମହଲରେ ଖୁସି ଦେଖାଦେଇଛି ।

 

Spread the love

Leave a Reply

Your email address will not be published. Required fields are marked *