ଝଗଡା ବେଳେ ଜଣଙ୍କୁ ପିଟି ପିଟି ମାରିଦେଲେ ପଡୋଶୀ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ରାନହୋଲା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝଗଡା ଲାଗିଥିବା ସମୟରେ ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପଡୋଶୀ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଜୟ ବିହାରରେ ରହୁଥିବା ଜିତେନ୍ଦର ନାମକ ଜଣେ ବ୍ୟକ୍ତିଙ୍କର ତାଙ୍କ ପଡୋଶୀଙ୍କ ସହ ଶନିବାର ରାତିରେ କୌଣସି ଏକ କଥାକୁ ନେଇ ଝଗଡା ଲାଗିଥିଲା । ପରେ ପଡୋଶୀ ଉକ୍ତ ବ୍ୟକ୍ତିଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ରବିବାର ସେ ମୃତ୍ୟୁବରଣ କରିଥିଲେ । ପରେ ଏନେଇ ସ୍ଥାନୀୟ ରାନହୋଲା ପୋଲିସ ଷ୍ଟେସନରେ ଜିତେନ୍ଦରର ଭାଇ ଅନିଲ ସିଂଙ୍କ ଅଭିଯୋଗକ୍ରମେ ସେମାନଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ଜିତେନ୍ଦରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ରାଓତ ଥିବା ତାଙ୍କ ଭାଇ କହିଛନ୍ତି । ତେବେ ସେ ରାଓତକୁ ଗିରଫ କରାଯାଇଛି । ଏବଂ ତଦନ୍ତ ଏବେ ଜାରି ରହିଥିବା ଡେପୁଟି କମିଶନର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *