ଜୋକୋଭିଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ନୋଭାକ କୋଜୋଭିଚ୍‌ ଓ ତାଙ୍କ ସ୍ତ୍ରୀ ଜେଲେନା ମହାମାରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ପିଲାମାନଙ୍କ ରିପୋର୍ଟ ନେଗେଟିଭ ବାହାରିଛି। ସର୍ବିୟ ଟେନିସ ତାରକା ଜୋକୋଭିଚ୍‌ ମଙ୍ଗଳବାର ଏକ ବିବୃତିରେ ଏହା ସ୍ପଷ୍ଟ କରିଛନ୍ତି। ନିକଟରେ ବେଲ୍‌ଗ୍ରାଡେରେ ଆୟୋଜିତ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବାକୁ ଜୋକୋଭିଚ୍‌ ଯାଇଥିଲେ। ଜୋକୋଭିଚ୍‌ଙ୍କ ସହ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ଗସ୍ତରେ ଯାଇଥିଲେ। ତେବେ ଯେତେବେଳେ ଜୋକୋଭିଚ୍‌ ଏହି ଟୁର୍‌ରୁ ପ୍ରତ୍ୟାବର୍ତ୍ତନ କରିଥିଲେ ସଙ୍ଗେ ସଙ୍ଗେ କରୋନା ଟେଷ୍ଟ କରିଥିଲେ। ରିପୋର୍ଟରେ ଉଭୟ ଜୋକୋଭିଚ୍‌ ଓ ତାଙ୍କ ସ୍ତ୍ରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ବିଶ୍ୱର ୪ର୍ଥ ଟେନିସ ଖେଳାଳି ଭାବେ ଜୋକୋଭିଚ୍‌ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ଗ୍ରିଗୋର ଡିମିତ୍ରୋଭା, ବୋର୍ନା କୋରିକ ଓ ଭିକ୍ଟର ତ୍ରୋଇକି କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *