ଜିଏସଟି ମୁକ୍ତ ହେବ ବୈଦୁତିକ ଯାନ

  • ୩୦% ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସି ଖବର । ବୈଦ୍ୟୁତିକ ଯାନ ଉପରେ ଛାଡ଼ ହେବ ଜିଏସଟି । ୩୦% ଯାଏ ମୂଲ୍ୟ ହ୍ରାସ ସମ୍ଭାବନା । ପ୍ରତି ୬୯୦୦୦ ପେଟ୍ରୋଲ ପମ୍ପ ଲାଗି ଗୋଟିଏ ବୈଦ୍ୟୁତିକ ଚାର୍ଜିଂ ଷ୍ଟେସନ ସ୍ଥାପନ ଲକ୍ଷ୍ୟ। ଏହାସହ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତକୁ ଅଟୋମୋବାଇଲ ପାଇଁ ବିଶ୍ୱ ଉତ୍ପାଦନ ହବ୍ କରିବାକୁ ସରକାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଭାରତ ଇ-ମୋବିଲିଟି ଆଡକୁ ଅଗ୍ରସର ହେବାର ଏକ ଅଂଶ ଭାବେ ସରକାର ବର୍ତ୍ତମାନ ଦେଶରେ ଅଧିକ ବୈଦ୍ୟୁତିକ ଯାନ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ଯୋଜନା ବି କରିଛନ୍ତି । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି କି ଦେଶରେ ଆଗକୁ ଅଧିକ ବିଦ୍ୟୁତ୍ ଚାଳିତ ଯାନର ବ୍ୟବହାର ହେବ । ତେଣୁ ଏବେଠୁ ଚାର୍ଜିଂ ପଏଣ୍ଟ ପ୍ରସ୍ତୁତ କରିବାକୁ ପଡିବ । ତେଣୁ ପ୍ରତି ୬୯ ହଜାର ପେଟ୍ରୋଲପମ୍ପ ପାଇଁ ଅତିକମରେ ଗୋଟିଏ ଇଭି- ଚାର୍ଜିଂ ପଏଣ୍ଟ ସ୍ଥାପନା କରିବାକୁ କେନ୍ଦ୍ରସରକାର ନିସ୍ପତ୍ତି ନେଇଛନ୍ତି। ଦେଶରେ ବୈଦ୍ୟୁତିକ ଯାନବାହନ ଚଳାଚଳ କୁ ତ୍ୱରାନ୍ୱିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଗଡକରି ଏକ ଭର୍ଚୁଆଲ ସଭାକୁ ସମ୍ବୋଧିତ କରି ସୂଚନା ଦେଇଛନ୍ତି ।
ସୂଚନା ଯେ,ସରକାର ପରିବେଶ ସନ୍ତୁଳନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏନେଇ ମୁଖ୍ୟ କାରଣ ଭାବେ ଇନ୍ଧନ ଚାଳିତ ଯାନ ବୋଲି କୁହାଯାଇଛି । ଏହାର ସମାଧାନ ପାଇଁ କେନ୍ଦ୍ରସରକାର ବୈଦ୍ୟୁତିକ୍ ଯାନର ବ୍ୟବହାର ବଢାଇବାକୁ ଚେଷ୍ଟା କରିଛନ୍ତି।

Spread the love