ଜାଲ ନୋଟ୍ ଜବତ, ଅଭିଯୁକ୍ତ ଗିରଫ

କୋରାପୁଟ : କୋରାପୁଟ ସୁନାବେଡା ବସଷ୍ଟାଣ୍ଡ ନିକଟରୁ ବିପୁଳ ଜାଲ ନୋଟ୍ ଜବତ । ୩ଲକ୍ଷ ୨୮ହଜାର ୩୦୦ ଟଙ୍କାର ଜାଲ ନୋଟ୍ ଜବତ କଲା ଏସଟିଏଫ୍ । ଅଭିଯୁକ୍ତ ଅନାମ ଖିଲକୁ ଗିରଫ କଲା ଏସଟିଏଫ୍ । ଜାଲ ନୋଟ୍ ସହ ମାରଣାସ୍ତ୍ର ଜବତ କଲା ଏସଟିଏଫ୍ ।

ସୂଚନା ଯେ, କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ନକଲି ନୋଟ୍‌ ରଖିଥିବା ଅଭିଯୋଗରେ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଗିରଫ କରାଯାଇଛି । ସୁନାବେଡା ଥାନାରେ ଏ ନେଇ ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌ । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ।

Spread the love