ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ନେପାଳ ଗସ୍ତ ଆଜି

ବେଜିଂ : ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱଇ ଫେଙ୍ଘେ ରବିବାର ଦିନିକିଆ ନେପାଳ ଗସ୍ତରେ ଯାଉଛନ୍ତି । ଭାରତର ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲେଙ୍କ ନେପାଳ ଗସ୍ତ ପରେ ପରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ସେଠାକୁ ଯାଉଥିବା ଜଣାପଡିଛି । କାଠମାଣ୍ଡୁ ଠାରେ ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସଂକ୍ଷିପ୍ତ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ୱଇ ଦିନିକିଆ ଗସ୍ତରେ ଆସୁଛନ୍ତି । ସେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରି, ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି, ସେନାଧ୍ୟକ୍ଷ ଜେନେରାଲ ପୂର୍ଣ୍ଣ ଥାପ୍ପାଙ୍କୁ ଭେଟି ଆଲୋଚନା କରିବେ । ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ଓଲି ପ୍ରତିରକ୍ଷା ଦାୟିତ୍ୱରେ ମଧ୍ୟ ଅଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ନେପାଳ ଗସ୍ତ ପରେ ଚୀନ୍‌ର ଜଣେ ବରିଷ୍ଠ ନେତା କାଠମାଣ୍ଡୁ ଗସ୍ତରେ ଆସୁଛନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଦୁଇଦିନ ତଳେ ଭାରତର ବୈଦେଶିକ ସଚିବ ଶ୍ରୀଙ୍ଗଲେ ଦୁଇଦିନିଆ ନେପାଳ ଗସ୍ତରେ ଆସିଥିଲେ ।

Spread the love