ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

  • ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା

  • ଶବକୁ ରଖି ଟାୟାର ଜାଳି ରାସ୍ତା ଅବରୋଧ

  • ଏକ ପ୍ଲାଟୁନ୍ ପୋଲିସ ମୁତୟନ

ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ସନ୍ଧ୍ୟାରେ ତିନିବର୍ଷର ଶିଶୁକନ୍ୟା ମୃତ୍ୟୁକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି । ମୃତ ଶିଶୁକନ୍ୟାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ମୁଖ୍ୟରାସ୍ତାରେ ରଖି ଗ୍ରାମବାସୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନାରାବାଜି ପ୍ରଦର୍ଶନ କରୁଛନ୍ତି । ଏଥିସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଉଟଡୋର (ବର୍ହିବିଭାଗ) ଝରକା ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ସ୍ଥିତି କ୍ରମଶଃ ଜଟ୍ଟିଳ ହେଉଥିବା ବେଳେ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହିତ ତୀକ୍ଷ୍ମ ନଜର ରଖାଯାଇଛି ।

ସୂଚନାନୁଯାୟୀ, ଏହି ବ୍ଲକ ଅଧୀନ ଛୋଟ ମହିଷପୁର ଗ୍ରାମର ଅନିଲ କାମିଳାଙ୍କ ତିନିବର୍ଷର ଶିଶୁକନ୍ୟା ଅପରାହ୍ନରେ ଖେଳୁଖେଳୁ ପାଖ ଗଡ଼ିଆରେ ପଡ଼ି ଯାଇଥିଲା । ଘର ଲୋକେ ଖୋଜ ଖବର ପରେ ଶିଶୁକନ୍ୟାକୁ ପାଣିରୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ଅଚେତ୍ ଶିଶୁକନ୍ୟାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ନ କରିବାରୁ ଶିଶୁକନ୍ୟାର ମୃତ୍ୟୁ ହେଲା ବୋଳି ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାରେ ଭଙ୍ଗାରୁଜୁ କରି ରାସ୍ତା ଅବରୋଧ କରିଛନ୍ତି । ମୃତ ଶିଶୁକନ୍ୟାକୁ ରାସ୍ତା ଉପରେ ରଖି ୧୦ଲକ୍ଷ କ୍ଷତିପୂରଣ ଦାବି ସହ କାର୍ଯ୍ୟରତ ଡାକ୍ତରଙ୍କ ବହିଷ୍କାର ଦାବି କରି ପୋଡ଼ାଜଳା କରିଛନ୍ତି ।

Spread the love