ଗୋଟିଏ ଦିନ ପରେ ପୁଣି ତୈଳ ଦର ବୃଦ୍ଧି; ପେଟ୍ରୋଲ ଲିଟର ପିଛା ୫ ଓ ଡିଜେଲରେ ୧୩ ପଇସା

ନୂଆଦିଲ୍ଲୀ : ଗୋଟିଏ ଦିନର ବ୍ୟବଧାନ ପରେ ସୋମବାର ପୁଣି ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି । ଲଗାତାର ୨୧ ଦିନ ଦର ବୃଦ୍ଧି ପରେ ରବିବାର ଗୋଟିଏ ଦିନ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । କିନ୍ତୁ ପୁଣି ସୋମବାର ଦର ବଢିଛି।  ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୩ ପଇସା ହୋଇଛି । ଜୁନ୍‌ ୭ ତାରିଖ ଠାରୁ  ଲଗାତାର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର।  ତେବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିଜେଲ ପେଟ୍ରୋଲ ଦରଠାରୁ ମହଙ୍ଗା ହୋଇଛି।

 

Spread the love

Leave a Reply

Your email address will not be published. Required fields are marked *