ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟିଲା ଟିକ୍‌ଟକ୍

ନୂଆଦିଲ୍ଲୀ : ଭାରତ ସରକାର ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ସୋମବାର ଭାରତରେ ବ୍ୟାନ୍ ଘୋଷଣା କରିଥିଲେ। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ବ୍ୟାନ୍ ଘୋଷଣାର ଗୋଟିଏ ଦିନ ପରେ ସବୁଠାରୁ ଲୋକପ୍ରିୟ ସର୍ଟ ଭିଡିଓ ଆପ୍ଲିକେସନ୍ ଟିକ୍‌ଟକ୍ କୁ ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଭାରତରେ ପ୍ରାୟ ୧୧୯ ନିୟୁତ ଉପଭୋକ୍ତା ଟିକ୍‌ଟକ୍ ରେ ସକ୍ରିୟ ରହିଥିଲେ। ଏଥି ସହିତ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ର ଶ୍ରେଷ୍ଠ ୧୦ ଟି ଆପ୍ ମଧ୍ୟରେ ଥିଲା ଟିକ୍‌ଟକ୍। ଯେଉଁ ଉପଭୋକ୍ତାଙ୍କର ମୋବାଇଲ୍ ଫୋନରେ ଟିକ୍ ଟକ୍ ଆପ୍ ଅଛି ସେମାନେ ଏହାକୁ ବ୍ୟବହାର କରିପାରିବେ କିନ୍ତୁ ଦେଶରେ ଏହି ଆପକୁ ଆନୁଷ୍ଠାନିକ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ଆପ ପୁଣିଥରେ ଡାଉନଲୋଡ୍ ହୋଇପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *