ଗଡ଼ିଲା ନନ୍ଦିଘୋଷ ଆଗେ ବଡ ଭାଇ,ପଛରେ ଚାନ୍ଦ ମୁହିଁ…ସବା ଶେଷେ ଆସୁଛନ୍ତି କାଳିଆ ଗୋସାଇଁ

 

ପୁରୀ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କାଳିଆଠାକୁର । ବଡଦାଣ୍ଡରେ ଗଡିଲା କାଳିଆଠାକୁରଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ଭାବ ବିନୋଦିଆ କାଳିଆ ଠାକୁରଙ୍କ ଗରୁଡଧ୍ୱଜ । ଘଂଟକାହାଳୀ ସହ ମୃର୍ଦ୍ଦଙ୍ଗର ତାଳେ ତାଳେ ଆଗେଇ ଚାଲିଛି ନଟିଆ ଠାକୁରଙ୍କ ନନ୍ଦିଘୋଷ ରଥ । ବହୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନି ରଥ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପଛକୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡିଥିଲା। ଶେଷରେ ୧ଟା ୫୫ ମିନିଟରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେବାୟତ ଏବଂ ପୋଲିସମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି।କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ତଥାପି ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି ।

Spread the love

Leave a Reply

Your email address will not be published. Required fields are marked *