ଗଞ୍ଜାମରେ କରୋନା ସ୍ଥିତି ସମୀକ୍ଷା; ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ

ଗଞ୍ଜାମ : ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ରେ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା (କୋଭିଡ ୧୯) ମୁକାବିଲା କେମିତି ଚାଲିଛି ସେ ନେଇ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଥିବାରୁ ଏଥିପାଇଁ ସମସ୍ତେ ଯତ୍ନବାବା ହେବାକୁ ସେ ପରାମର୍ଶ ଦେଇଛନ୍ତି। ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷାରେ ବଡିଓ ଜ୍ୟୋତି ଶଙ୍କର ରାୟ, ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସ, ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ପ୍ରିୟଦର୍ଶନୀ ରାଉତରାୟ, ଆୟୁଷ ଡାକ୍ତର ବନୋଜକାନ୍ତ କର, ବିଇଓ ସୁବାଷ ଚନ୍ଦ୍ର ଘଡ଼ାଇ, ସିଡିପିଓ ସଲିଲ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ।

ସେହିପରି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ତିନିଜଣଙ୍କର ନୁହେଁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁହାଯାଇଛି, କରୋନାରେ ୩ଜଣଙ୍କ ନୁହେଁ ଜଣଙ୍କ ମୃତ୍ୟୁ ଘଟିଛି। ଏଣୁ ୩ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କୁହାଯାଇଛି। ତେବେ ପୂର୍ବରୁ ପ୍ରେସ୍‌ ରିଲିଜ୍‌ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସରପଞ୍ଚ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *