ଖୋଲିବ ହୀରାକୁଦ ଗେଟ୍‌, ଛଡ଼ାଯିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର : ଆସନ୍ତାକାଲି ଗୁୁୁୁରୁଵାର ଖୋଲିବ ହୀରାକୁଦ ଗେଟ୍ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆସନ୍ତାକାଲି ଦିନ ୧୦ଟାରେ ପୂର୍ଜାଚ୍ଚନା ପରେ ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ତଳମୁଣ୍ଡର ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ତଳମୁଣ୍ଡରେ ଥିବା ଜିଲ୍ଲାଗୁଡିକରେ ମହାନଦୀ ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ସେପଟେ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି । ଆଜିର ରିପୋର୍ଟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬ ଫୁଟ୍ । ଉପର ମୁଣ୍ଡର ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଚଳିତ ଥର ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯିବ ।

Spread the love

Leave a Reply

Your email address will not be published. Required fields are marked *