ଖୋଲିବ ଶ୍ରୀମନ୍ଦିର

ପୁରୀ : ଡ଼ିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର । ଶ୍ରଦ୍ଧାଳୁ ମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ । ସେହି ଏସଓପି ଆଧାରରେ ମନ୍ଦିର ଖୋଲିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. କ୍ରିଶନ କୁମାର କହିଛନ୍ତି । ତେଣୁ ଏବେ ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ହୋଇପାରିବ ନାହିଁ । ଫଳରେ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ନାଗାର୍ଜୁନ ବେଶ ଦର୍ଶନରୁ ବଂଚିତ ରହିବେ ଶ୍ରଦ୍ଧାଳୁ । ତେବେ ସେହିଦିନ ପତିତପାବନ ଦର୍ଶନ ହୋଇପାରିବ କି ନାହିଁ ୨୪ ଘଂଟା ପୂର୍ବରୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେବ ବୋଲି ସେ କହିଛନ୍ତି । ଆଜି ପରିଚାଳନା କମିଟି ବୈଠକରେ ଯୋଗଦେଇ ଫେରିବା ପରେ ସେ ଏହା କହିଛନ୍ତି
ଆହୁରି ମଧ୍ୟ ସେ କହିଛନ୍ତି ଯେ, ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିରରେ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେବାୟତ ବେଶରେ ଯେପରି କେହି ମନ୍ଦିର ଭିତରକୁ ପଶିନଯିବେ ତାହା ଉପରେ ନଜର ରଖାଯିବ । ଯଦି କୌଣସି ବ୍ୟକ୍ତି ବିଶେଷ ଏପରି ଦୁଃସାହଶ କରନ୍ତି , ତେବେ ତାଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ସେହିପରି ନାଗାର୍ଜୁନ ବେଶ ସମୟରେ ମୋବାଇଲ୍ ସମ୍ପୂର୍ଣ୍ଣ ମନା । ଏଣୁ ମୋବାଇଲ ଚେକିଂ ପାଇଁ ଏକ ସ୍ୱତନ୍ତ୍ର ଯାଂଚ୍ ବ୍ୟବସ୍ଥା କରାଯାଉଛି । ନାଗାର୍ଜୁନ ବେଶ ଦିନ ରାତି ଦୁଇଟାରେ ଦ୍ୱାରଫିଟା ଯାଇ ବେଶ ଉପକରଣ ମନ୍ଦିର ଭିତରକୁ ପ୍ରବେଶ କରିବ ବୋଲି ସେ କହିଛନ୍ତି ।
ବୈଠକ ଶେଷ ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖି ଡଃ. କ୍ରିଷନ କୁମାର କହିଛନ୍ତି ଯେ, ଭକ୍ତ ମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ମ୍ୟାନେଜିଂ କମିଟି ବୈଠକରେ ଆଜି ନିଷ୍ପତି ହୋଇଛି । ଏନେଇ ରୂପରେଖ ପ୍ରସ୍ତୁତ ଚାଲିଛି । ଆମର ଅଶା ରହିଛି ଯଦି ସବୁ କିଛି ଠିକ୍ ରହିଲା । ତେବେ ପ୍ରାୟତଃ ଡ଼ିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭକ୍ତ ମାନଙ୍କ ଦର୍ଶନ ଆରମ୍ଭ ହେବ । ସେଥିପାଇଁ ନାଗାର୍ଜୁନ ବେଶର ଦର୍ଶନ ଭକ୍ତ ମାନଙ୍କ ପାଇଁ ବନ୍ଦ ରହିବ ଯାହା ପୂର୍ବରୁ ନିଷ୍ପତି ନିଆଯାଇଛି ।
ଆହୁରି ମଧ୍ୟ ସେ କହିଥିଲେ ଯେ, ପତିତପାବନ ପାବନ ଦର୍ଶନ ଚାଲୁ ରହିଛି । ଭକ୍ତ ମାନେ ପତିତପାବନ ଦର୍ଶନ କରିପାରୁଛନ୍ତି । ନାଗାର୍ଜୁନ ବେଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଭକ୍ତ ମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । ପ୍ରଶାସନ ପକ୍ଷରୁ ସେନେଇ କଟକଣା ଜାରୀ କରାଯାଇଛି । ସମସ୍ତେ ଏହାକୁ ମାନିବାକୁ ସେ ଅନୁରୋଧ କରିଛନ୍ତି । ପୋଲିସ ପକ୍ଷରୁ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କ ପକ୍ଷରୁ ତିନି ସ୍ତରିୟ ଏକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଯଦି କୌଣସି ଲୋକ ସେବାୟତ ବେଶରେ କିମ୍ବା କୌଣସି ପ୍ରକାରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ତେବେ ସେ କିମ୍ବା ତାଙ୍କ ସହିତ ଯଦି ଅନ୍ୟ କେହି ସମ୍ପୃକ୍ତ ଥାନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Spread the love