କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ : କୋରାପୁଟ ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚୋରା କାରବାର ହେଉଛି । ଦୈନିକ କେଉଁଠୁ ନା କେଉଁଠୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡୁଛନ୍ତି । ତଥାପି ଅଭିଯୁକ୍ତ ଏଥିରୁ ଲିପ୍ତ ହେଉ ନାହାନ୍ତି । ଏହାରି ମଧ୍ୟରେ ବୁଧବାର ରାତିରେ ନନ୍ଦପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ କରିଥିବା ବେଳେ ପାଡୁଆ ପୋଲିସ ମଧ୍ୟ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି ।

କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ୱରେ ନନ୍ଦପୁର ଥାନା ଅଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନାକାବନ୍ଦୀ କରି କଡାକଡି ଭାବେ ଗାଡି ଯାଞ୍ଚ କରୁଥିଲେ। ସେହି ସମୟରେ ପାଡୁଆ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଥିଲା ପୋଲିସ । ପୋଲିସକୁ ଦେଖି କିଛି ଦୂରରେ ଗାଡି ଅଟକାଇବା ସହ ଅନ୍ଧାର ରାତି ଏବଂ କୁହୁଡିର ସୁଯୋଗ ନେଇ ଅଭିଯୁକ୍ତମାନେ ଗାଡି ଛାଡି ପଳାଇ ଯାଇଥିଲେ । ଏହି ଗଞ୍ଜେଇ ଶିମିଳିଗୁଡା ଦେଇ ଛତିଶଗଡକୁ ଚାଲଣ ହେଉଥିବା ପୋଲିସ ଅନୁମାନ କରୁଛି । ଅନ୍ୟପକ୍ଷରେ ନନ୍ଦପୁର ଏସଡ଼ିପିଓ ଏବଂ ପାଡୁଆ ଥାନା ଅଧିକାରୀ ଚମ୍ପାପୁଟ ଠାରୁ ୩ କିଲୋମିଟର ଦୂରରେ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ । ଏଥିରେ ମଧ୍ୟ ଅଭିଯୁକ୍ତମାନେ ଗାଡି ଛାଡି ରାତିର ଅନ୍ଧାର ଏବଂ କୁହୁଡିର ସୁଯୋଗ ନେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହି ଗଞ୍ଜେଇ ପଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଚୋରାଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।

Spread the love