‘କୋରାନିଲ୍’ ଲଞ୍ଚ କଲା ପତାଞ୍ଜଳୀ

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବ କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବାହାର କରିଛନ୍ତି | ସେ ଦାବି କରିଛନ୍ତି ଯେ ଆୟୁର୍ବେଦିକ ଔଷଧରେ କରୋନା ଚିକିତ୍ସା ହୋଇପାରିବ | ଏଥିପାଇଁ କୋରୋନିଲ ନାମକ ଔଷଧ ଲଞ୍ଚ କରିଛନ୍ତି | ଏହି ଔଷଧକୁ ପତାଞ୍ଜଳି ଯୋଗାପୀଠ ପ୍ରସ୍ତୁତ କରିଛି | ରାମଦେବ କହିଛନ୍ତି ଯେ କାରୋନିଲରେ ଗିଲୋୟ, ତୁଳସୀ ଏବଂ ଅଶ୍ଵଗନ୍ଧା ରହିଛି ଯାହା ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ | ଏହି ଔଷଧ କ୍ରୋନିକ ରୋଗରୁ ରକ୍ଷା କରିବ |

ରାମଦେବ ବାବା ଦାବି କରିଛନ୍ତି ଯେ କୋରାନିଲର କ୍ଲିନିକାଲ କେସ ଷ୍ଟଡିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିଲା | ୧୦୦ ଜଣଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା | ୩ ଦିନ ଭିତରେ ୬୯ ପ୍ରତିଶତ ପଜିଟିଭ ରୋଗୀ ଔଷଧ ବ୍ୟବହାର ପରେ ନେଗେଟିଭ ହୋଇଥିଲେ | ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଇଥିଲେ | ମୃତ୍ୟୁହାର ୦ ପ୍ରତିଶତ ବୋଲି ସେ କହିଛନ୍ତି |

ରାମଦେବ ବାବା ଯେଉଁ କରୋନା କିଟ ଲଞ୍ଚ କରିଛନ୍ତି ସେଥିରେ କୋରାନିଲ ଛଡା ଶ୍ୱାସରୀ ବାଟି ଓ ଅଣୁ ତେଲ ରହିଛି | ରାମଦେବ କହିଛନ୍ତି ଯେ ୩ଟିକୁ ଏକାସଙ୍ଗେ ବ୍ୟବହାର କଲେ କରୋନା ସଂକ୍ରମଣ ଶେଷ ହୋଇପାରେ ଏବଂ ରୋଗରୁ ମଧ୍ୟ ରକ୍ଷା ପାଇହେବ | ଶରୀରରେ ଅକ୍ସିଜେନ ଅଭାବ ହେଲେ ଶ୍ୱାସରୀ ଦେଲେ ଲାଭ ମିଳିଥାଏ | ଥଣ୍ଡା, କାଶ, ଜ୍ୱର ମଧ୍ୟ ଏଥିରେ ଭଲ ହୋଇଥାଏ | ଅଣୁ ତେଲ ନାକରେ ପକାଇବାକୁ ହୋଇଥାଏ | ଏହା ମଧ୍ୟ କରୋନାରୁ ରକ୍ଷା କରିଥାଏ |

Spread the love

Leave a Reply

Your email address will not be published. Required fields are marked *