କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫

କେନ୍ଦୁଝର : କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଘଷିପୁରା ବ୍ଲକର ୩ଜଣ ଓ ସାହାରପଡା ବ୍ଲକର ୨ଜଣ ରହିଛନ୍ତି। ନିକଟରେ ତାମିଲନାଡ଼ୁରୁ ୨ଜଣ, ଗୁଜୁରାଟରୁ ଜଣେ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବା ଜଣାପଡିଛି। ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ରିପୋର୍ଟ ଆସିବା ପରେ ସେମାନଙ୍କୁ କେନ୍ଦୁଝର କୋଭିଡ-୧୯ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ଜିଲାର ମୋଟ ୧୦୫ ଜଣ କରନା ରୋଗୀଙ୍କ ମଧ୍ୟରୁ ୭୨ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ଚିକିତ୍ସିତ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *