କୁଲଦୀପଙ୍କୁ ବୋଲିଂରେ ଆହୁରି ଉନ୍ନତି କରିବା ଦରକାର

ନୂଆଦିଲ୍ଲୀ : ଭାରତୀୟ ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାଠୁ ବହୁ ଉଲେଖନୀୟ ସଫଳତା ହାସଲ କରିଛନ୍ତି । ଏବେବି କୁଲଦୀପଙ୍କ ଭେରିଏସନକୁ ବହୁ ବଡ ବଡ଼ ବ୍ୟାଟ୍ସମ୍ୟାନ ବୁଝିପାରିନାହାନ୍ତି । ତଥାପି ବିଶ୍ୱ କ୍ରିକେଟରେ ସଫଳତା ପାଇବାକୁ ହେଲେ ତାଙ୍କୁ ବୋଲିଂରେ ଆହୁରି ଉନ୍ନତି କରିବା ଦରକାର ବୋଲି ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରୀଷ୍ଣ କହିଛନ୍ତି । କ୍ରିକେଟରେ ବିଶେଷ ଭାବରେ ବ୍ୟାଟ୍ସମ୍ୟାନଙ୍କ ଖେଳ । ଏହି ଖେଳରେ ଜଣେ ବୋଲରକୁ ସଫଳ ହେବାକୁ ହେଲେ ବହୁତ କିଛି ଆପଣାଇବାକୁ ପଡିଥାଏ । ଏବେକାର ସ୍ପିନର ମାନଙ୍କୁ ଜଣେ ବ୍ୟାଟସମ୍ୟାନ ଛକା ମାରିବା ପରେ ବୋଲର ମାନେ ସାଧାରଣତଃ ଅଧିକ ବେଗରେ ବୋଲିଂ କରିଥାନ୍ତି ।ଯାହା କରିବା ଆଦୌ ଉଚିତ ନୂହେଁ । ସଫଳତା ହାସଲ କରିବାକୁ ହେଲେ ଧର୍ଯ୍ୟ ରଖିବା ନିହାତି ଦରକାର ବୋଲି  ଏହି ପୂର୍ବତନ ଭାରତୀୟ ସ୍ପିନର ମତ ଦେଇଛନ୍ତି ।  ବର୍ତ୍ତମାନ ସୁଦ୍ଧା କୁଲଦୀପ ଯାଦବ ଭାରତ ପାଇଁ ୬ଟି ଟେଷ୍ଟ, ୬୦ ଟି ଦିନିକିଆ ଏଵଂ ୨୦ ଟି ଟି -ଟ୍ୱେଣ୍ଟି ମ୍ୟାଚ ଖେଳି ଯଥାକ୍ରମେ ୨୪, ୧୦୪ ଏଵଂ ୩୯ ଟି ୱିକେଟ ଅକ୍ତିଆର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *