କାରଗିଲରେ ଫିଲ୍ମ ସୁଟିଂ ବେଳେ ଅଭିନେତା ରାହୁଲ ରଏଙ୍କ ବ୍ରେନ ଷ୍ଟ୍ରୋକ୍‌

ମୁମ୍ବାଇ : ୯୦ ଦଶକର ସୁପରହିଟ୍ ଫିଲ୍ମ ‘ଆଶିକୀ’ରେ ଅଭିନୟ କରି ଷ୍ଟାରଡମ୍ ପାଇଥିବା ବଲିଉଡ ଅଭିନେତା ରାହୁଲ ରଏଙ୍କ ବ୍ରେନ ଷ୍ଟ୍ରୋକ ହୋଇଛି । କାରଗିଲରେ ଆଗାମୀ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ର ସୁଟିଂ କରୁଥିବା ବେଳେ ସେଠାକାର ପାଣିପାଗ ପାଇଁ ୫୨ ବର୍ଷୀୟ ରାହୁଲଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିବା ଜଣା ପଡ଼ିଛି । ଏବେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି ।


ବ୍ରେନ ଷ୍ଟ୍ରୋକ ହେବାରୁ ପ୍ରଥମେ ତାଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ମୁମ୍ବାଇକୁ ପଠାଇଦିଆଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଏବେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ସହ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡିଛି ।
ରାହୁଲଙ୍କ ଆଗାମୀ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ ଗଲୱାନ ଘାଟିରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ରାହୁଲ ମେଜର ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ନୀତୀନ କୁମାର ଗୁପ୍ତମ ଦେଉଥିବା ବେଳେ ଚିତ୍ରା ବକିଲ ଶର୍ମା ଏବଂ ନିବେଦିତା ବାସୁ ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ।

Spread the love