କଳିଙ୍ଗା ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ଭଞ୍ଜନଗର : ଭଞ୍ଜନଗର କଳିଙ୍ଗା ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଟ୍ରକ୍‌ଟି ଓଲଟି ପଡ଼ିବାରୁ ଡ୍ରାଇଭର ଆହତ ହୋଇଛନ୍ତି। ଆହତ ଡ୍ରାଇଭରଙ୍କ ନାଁ ସୁଶାନ୍ତ ସାହୁ ବୋଲି ଜଣାପଡ଼ିଛି। ତାଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଟ୍ରକ୍‌ଟି ଛତିଶଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସୂଚନା ମିଳିଛି।

Spread the love