କରୋନିଲ ବିକ୍ରିକୁ ରାଜ୍ୟ ଅନୁମତି ଦେଉନାହିଁ : ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ

ମୁମ୍ବଇ: କରୋନା ଭୂତାଣୁର ଚିକିତ୍ସା ପାଇଁ ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ପ୍ରସ୍ତୁତ କରିଥିବା ଆୟୁର୍ବେଦିକ ଔଷଧ ‘କରୋନିଲ’ ଉପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି। ପ୍ରଥମେ ରାଜସ୍ଥାନ ଏବଂ ଏବେ ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନିଲର କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନାହିଁ। ତେଣୁ ରାଜ୍ୟରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରାଯାଉଛି । ଏପରି ନକଲି ଔଷଧକୁ ବିକ୍ରି କରିବା ପାଇଁ ରାଜ୍ୟ ଅନୁମତି ଦେଉନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ଏପରି ଲେଖିଛନ୍ତି। ଆହୁରି କହିଛନ୍ତି ଯେ ପତଞ୍ଜଳିର ଏହି ଔଷଧକୁ ବାସ୍ତବରେ ପରୀକ୍ଷଣ କରାଯାଇଛି କି ନାହିଁ ଜୟପୁରର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ତାହାର ସୂଚନା ପ୍ରଦାନ କରିବ। ଏହାବ୍ୟତୀତ ବାବା ରାମଦେବଙ୍କ କରୋନିଲ୍‌ ବିଜ୍ଞାପନକୁ ପୂରାପୂରି ବନ୍ଦ କରିବା ପାଇଁ ମନ୍ତ୍ରୀ ଦେଶମୁଖ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରମାଣରେ ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ସହ ସାଲିସ୍‌ କରାଯାଇ ପାରିବ ନାହିଁ ବୋଲି ସେ ଟ୍ବିଟ୍‌ରେ ସ୍ପଷ୍ଟ୍‌ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *