କରୋନା ଆକ୍ରାନ୍ତରେ ବିଧାୟକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କଲବଲ କରୁଛି କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଗୋଟୋଏ ପରେ ଗୋଟାଏ ଜୀବନ ନେଉଛି । ଏବେ ପୁଣି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ମେ’ ମାସରେ ତାଙ୍କର କରୋନା ପଜିଟିଭ୍ ବାହାରି ଥିଲା । କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ତାଙ୍କର ନିଧନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଶୋକ ପ୍ରକାଶ କରିଛନ୍ତି ।ରିପୋର୍ଟ ମୁତାବକ, ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫଲ୍ଟା ରେ ତିନି ଥର ବିଧାୟକ ହୋଇଥିବା ଶ୍ରୀ ଘୋଷ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାସହିତ ତାଙ୍କ ହୃତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଥିଲା ।ଏନେଇ ମମତା ବାନାର୍ଜି ଟ୍ୱିଟ କରି କହିଛନ୍ତି କି, ବହୁତ ଦୁଃଖଦ ଖବର, ଫଲ୍ଟାରୁ ତିନି ଥର ବିଧାୟକ ଏବଂ ୧୯୯୮ରେ ପାର୍ଟିର କୋଷାଧ୍ୟକ୍ଷ ରହିଥିବା ତମୋନାଶ ଘୋଷ ଆଉ ନାହାନ୍ତି । ସେ ଆମ ସହିତ ୩୫ ବର୍ଷ ରହିଥିଲେ । ସେ ଦଳ ଏବଂ ଲୋକଙ୍କ ପ୍ରତି ସମର୍ପିତ ଥିଲେ । ନିଜର ସାମାଜିକ କାର୍ଯ୍ୟ ଦ୍ୱାରା ସେ ବହୁତ ଯୋଗଦାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *