କଟକ ନୟାସଡକ ଆଇଆଇଏଫଏଲ ସଂସ୍ଥାରୁ ଲୁଟ୍ ସୁନାର ସନ୍ଧାନ ଜାରି

  • ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ

କଟକ : କଟକ ଆଇଆଇଏଫଏଲ ସୁନା ଓ ଟଙ୍କା ଲୁଟ ମାମଲାରେ ପୁଣି ୪ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ । ଅଭିଯୁକ୍ତମାନଙ୍କୁ ସାଥୀରେ ନେଇ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ । ଗତକାଲି ପ୍ରାୟ ୪ କେଜି ଓଜନର ସୁନା ଜବତ କରିଥିଲା ପୋଲିସ । ଆଇଆଇଏଫଏଲ ଲୁଟ ମାମଲାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । କଟକ ନୟାସଡକ ଆଇଆଇଏଫଏଲ ସଂସ୍ଥାରୁ ଲୁଟ୍ ସୁନାର ସନ୍ଧାନ ଜାରି । ମର୍କତନଗର ଥାନା ଅଞ୍ଚଳ ଏକ କେନାଲ ନିକଟରୁ ଖୋଜା ଚାଲିଛି । ଅଭିଯୁକ୍ତକୁ ଧରି ସୁନା ଖୋଜୁଛି ପୋଲିସ । ଚୋରି ପରେ ସୁନାକୁ କେନାଲ ନିଟକରେ ପୋତିଥିବା ସୂଚନା ।

ସୂଚନା ଯେ, ଏହି ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ନୟାସଡ଼କ ସ୍ଥିତ ଆଇଆଇଏଫଏଲର ଜଣେ କର୍ମଚାରୀ। ସେ ତାଙ୍କର ଜଣେ ସାଙ୍ଗ ଜରିଆରେ ଏକ ମନ୍ଦିରରେ ଏହି ଲୁଟର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ। ଏହି ଦୁଇ ଜଣ ହେଲେ କର୍ମଚାରୀ ଲାଲା ଅମ୍ରିତ ରାୟ ଓ ତାଙ୍କ ସାଙ୍ଗ ରଞ୍ଜନ କୁମାର ବେହେରା । ଲାଲା ଅମ୍ରିତ ରାୟ ଆଇଆଇଏଫଏଲରେ ଦୀର୍ଘ ୪ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ। ସେଠାରେ ସେ ହେରଫେରରେ ସଂପୃକ୍ତ ଥିଲେ। ତେବେ ସଂସ୍ଥାର ଆଭ୍ୟନ୍ତରୀଣ ଅଡିଟ୍ ଚାଲୁ ହେବା ଫଳରେ ତାଙ୍କର ଧରା ପଡ଼ିଯିବାର ଭୟ ହୋଇଥିଲା। ଫଳରେ ସେ ନିଜର ବନ୍ଧୁ ରଞ୍ଜନଙ୍କ ସହିତ ମିଶି ଲୁଟ୍ ଯୋଜନା କରିଥିଲେ। ଏହି ଦୁଇ ଜଣଙ୍କ ଘର କଟକ ଜିଲ୍ଲା କିଷନ ନଗର ଥାନା ଅଂଚଳରେ ବୋଲି ଜଣାପଡ଼ିଛି। ଏହି ଲୁଟକୁ ଅନ୍ୟ ୪ ଜଣଙ୍କ ଦ୍ବାରା ସେମାନେ କାର୍ଯ୍ୟକାରୀ କରିଥିଲେ। ଆଇଆଇଏଫଏଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଏବଂ ସିସିଟିଭି କାମ କରୁ ନଥିବା ହେତୁ ଏହି ଯୋଜନାକୁ ଅଭିଯୁକ୍ତମାନେ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଏଥିଲାଗି ଆଇଆଇଏଫଏଲର ସମସ୍ତ କର୍ମଚାରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ପୋଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Spread the love