କଟକରେ ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକରେ ପୁଣି ନକଲି ଘିଅ କାରଖାନା ଠାବ । ଫ୍ୟାକ୍ଟ୍ରି ମାଲିକ ଅଟକ । ସଦର ଥାନା ଅଞ୍ଚଳର ଗବଗସ୍ତରେ ଠାବ କଲା ମାଲଗୋଦାମ ପୋଲିସ । ନାମୀଦାମୀ ବ୍ରାଣ୍ଡର ବିପୁଳ ନକଲି ଘିଅ ସମେତ ପାମୋଲିନ ତେଲ, ବିଭିନ୍ନ କମ୍ପାନୀ ଲୋଗୋ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ । ପରେ କାରଖାନାକୁ ସିଲ କରାଯାଇଛି। ପୂର୍ବରୁ ମାଲଗୋଦାମରୁ ନକଲି ଘିଅ ଜବତ ହେବା ପରେ ପୋଲିସ ତଦନ୍ତ ଚଳାଇ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଚୌଦ୍ୱାରର ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୋଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୋଲିସ ଜବତ କରିଥିଲା । ନକଲି କାରଖାନା ଚାଲୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।

Spread the love