ଓ୍ଵାଶିଂଟନ୍‌ ଡିସିକୁ ମିଳିବ ରାଜ୍ୟ ମାନ୍ୟତା

ଓ୍ଵାଶିଂଟନ୍‌ : ବଦଳିବ ଇତିହାସ । ଦୀର୍ଘ ୪୦ ବର୍ଷ ଧରି ଦାବି ହୋଇଆସୁଥିବା ଓ୍ଵାଶିଂଟନ ଡିସିକୁ ଏକ ରାଜ୍ୟର ମାନ୍ୟତା ମିଳିବାକୁ ଅନୁମୋଦନ ମିଳିଛି । ଓ୍ଵାଶିଂଟନ ଡିସି ୫୧ ତମ ରାଜ୍ୟ ହେବାର ସମସ୍ତ ବୈଧାନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଏନେଇ ଆଗତ ହୋଇଥିବା ବିଧେୟକ ପାରିତ ହୋଇଛି । ଏହି ବିଧେୟକ ସମର୍ଥନରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ୨୩୨ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୮୦ଟି ଭୋଟ୍ ପଡିଥିଲା । ଡେମୋକ୍ରାଟିକ୍‌ଙ୍କ ବହୁମତ ଥିବା ଗୃହରେ ଏହା ପାରିତ ହେବାପରେ ଏବେ ୟୁଏସ୍ ସିନେଟ୍କୁ ଯିବ ।

ତେବେ ସିନେଟ୍ରେ ଏହି ବିଧେୟକ ପାରିତ ହେବା କଷ୍ଟକର ହୋଇପାରେ । ଏଥିରେ ରିପବ୍ଲିକାନ୍ଙ୍କ ବହୁମତ ରହିଛି । ମାତ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । କାରଣ ରାଜ୍ୟ ବଢ଼ିଲେ ଅଧିକ ଡେମୋକ୍ରାଟ ୟୁଏସ୍ କଂଗ୍ରେସ ନିର୍ବାଚିତ ହୋଇ ଆସିବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।ଓ୍ଵାଶିଂଟନ ଡିସିକୁ କେହି ବି ରିପବ୍ଲିକାନ୍ ସଦସ୍ୟ ସମର୍ଥନ କରିନଥିଲେ । ଏବେ ଓ୍ୱାଂଶିଟନ ଡିସିକୁ ରାଜ୍ୟ ଭାବେ ମାନ୍ୟତା ଦେବା ଡେମୋକ୍ରାଟିକ୍ମାନଙ୍କର ଏକ ଚାଲ୍ ବୋଲି ରିପବ୍ଲିକାନ୍ ସଦସ୍ୟ ଅଭିଯୋଗ କରିଛନ୍ତି । ଏଥିରେ ଅନେକ ଆଇନଗତ ବାଧା ରହିଛି ବୋଲି କୁହାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *