ଓଏଫ୍‌ସିର ସହକାରୀ କୋଚ୍ ଗେରୀ ପେଟନ୍‌

ଭୁବନେଶ୍ୱର : ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣ ପାଇଁ ୬୪ବର୍ଷୀୟ ଗେରୀ ପେଟନ୍‌ଙ୍କୁ ଓଡ଼ିଶା ଏଫ୍‌ସି ଫୁଟ୍‌ବଲ ଦଳର ସହକାର କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଶୁକ୍ରବାର ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପେଟନ୍‌ ତାଙ୍କ କ୍ୟାରିୟରରେ ବହୁ ନାମୀ ଫୁଟ୍‌ବଲ କ୍ଲବଗୁଡ଼ିକ ତରଫରୁ ଖେଳିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛନ୍ତି ଓ୍ବେଷ୍ଟହାମ୍‌ ୟୁନାଇଟେଡ୍‌, ଏଭର୍ଟନ, ଫୁଲ୍‌ହାମ୍‌ ଏବଂ ଚେଲ୍‌ସି। ଓଡ଼ିଶା ଏଫ୍‌ସିରେ ଯୋଗଦାନ ପୂର୍ବରୁ ସେ ଆର୍ସେନାଲ ଓ ଫୁଲ୍‌ହାମ୍‌ କ୍ଲବ କୋଚିଂ ଟିମ୍‌ର ଅନ୍ୟତମ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଆୟର୍ଲାଣ୍ଡ ଜାତୀୟ ଦଳର ପୂର୍ବତନ ଗୋଲକିପର ଜାପାନିଜ୍‌ କ୍ଲବ ଶିମିଜୁ ଏସ୍‌-ପ୍ଲସ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି। ନୂଆ ସହକାରୀ କୋଚ୍‌ଙ୍କୁ ସ୍ବାଗତ ଜଣାଇ ଓଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି ଗେରୀଙ୍କ ଭଳି ଦକ୍ଷ ବ୍ୟକ୍ତି ପାଇ ମୁଁ ରୋମାଞ୍ଚତ୍ତ। ଆର୍ସେନାଲ ସହିତ ତାଙ୍କର ଦୀର୍ଘ ୧୫ବର୍ଷର ଅଭିଜ୍ଞତା ରହିଛି। ଆମ ଦଳର ଖେଳାଳିମାନେ ବିଶେଷ କରି ଗୋଲକିପରମାନେ ଉପକୃତ ହେବେ।

Spread the love

Leave a Reply

Your email address will not be published. Required fields are marked *