ଏଣିକି ସବୁ ରେଳ ଷ୍ଟେସନରେ ମାଟି କପ୍‌ରେ ମିଳିବ ଚା’

ନୂଆଦିଲ୍ଲୀ : ଦେଶର ସବୁ ରେଳଷ୍ଟେସନରେ ଏଣିକି ମାଟି କପ୍‌ରେ ଚା’ ମିଳିବ । ସରକାର ପ୍ଳାଷ୍ଟିକର ବ୍ୟବହାର କମାଇବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ଏବେ ଦେଶର ୪୦୦ ରେଳଷ୍ଟେସନରେ ମାଟି କପ୍ (ମଟ୍‌କା)ରେ ଚା’ ମିଳୁଛି । କିନ୍ତୁ ସମସ୍ତ ରେଳଷ୍ଟେସନରେ ଏହି ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇବା ସହିତ ପରିବେଶ ଅନୁକୂଳ ସାମଗ୍ରୀକୁ ଅଗ୍ରାଧିକାର ମିଳିବ । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସାକାର କରିବା ଦିଗରେ ମାଟି ପାତ୍ର ବ୍ୟବହାର ସହାୟକ ହେବ ।

Spread the love