ଏଣିକି ପାକିସ୍ତାନରେ ଦୁଷ୍କର୍ମକରି ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କୁ ନପୁଂସକ କରାଯିବ

ଇସଲାମାବାଦ: ମହିଳା ବିରୋଧୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡକୁ ରୋକିବା ପାଇଁ ଅନେକ କଡ଼ା ଆଇନ ପ୍ରଣୟନ କରାଯାଇଛି। କିଛି ଦେଶରେ ଦୁଷ୍କର୍ମକାରୀଙ୍କୁ ଗୁଳି କରି ଦିଆଯାଉଛି ତ ଆଉ କିଛି ସ୍ଥାନରେ ସେମାନଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଉଛି। ଏହିକ୍ରମରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ପାକିସ୍ତାନ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଣିକି ପାକିସ୍ତାନରେ ଦୁଷ୍କର୍ମକରି ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କୁ ନପୁଂସକ କରାଯିବ। ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋହର ମାରିଛନ୍ତି।

ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ଏହା ଗମ୍ଭୀର ମାମଲା । ଏହି ମାମଲାର ଶୁଣାଣିରେ ବିଳମ୍ବ ବରଦାସ୍ତ କରାଯିବନାହିଁ । ସେ କହିଛନ୍ତି ଆମକୁ ଆମ ନାଗରିକମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ହେବ । ଦୁଷ୍କର୍ମ ପୀଡିତା ଭୟଭୀତ ନହୋଇ ଅଭିଯୋଗ ଦାୟର କରିପାରିବେ । ସରକାର ସେମାନଙ୍କ ପରିଚୟ ଲୁଚାଇ ରଖିବ । ରିପୋର୍ଟ ଅନୁସାରେ କିଛି ସଂଘୀୟ ମନ୍ତ୍ରୀ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦେବାକୁ ପ୍ରସ୍ତାବ ଦେଇଥିଲେ । ଶାସକ ପାକିସ୍ତାନ ତହରିକ-ଏ-ଇନସାଫର ସାଂସଦ ଫୈଜଲ ଜାଭେଦ ଖାନ୍ ଟ୍ବିଟରରେ ଲେଖିଛନ୍ତି ଯେ, ଆଇନ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ।

Spread the love